ନୂଆଦିଲ୍ଲୀ,୨୩/୦୯: ଏନଏସି ଦାବିରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ୧୨ ଘଣ୍ଟିଆ ବନ୍ଦ । ଆଜି ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ମନମୁଣ୍ଡା ଏନଏସି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ପୁନର୍ବାର ମନମୁଣ୍ଡାକୁ ଏନଏସି ଘୋଷଣା କରିବା ସହିତ ଯଥାଶୀଘ୍ର ଏନଏସି ମାନ୍ୟତା ଦାବି ନେଇ ଏହି ବନ୍ଦ ପାଳନ କରାଯାଉଛି।
ତେବେ ମନମୁଣ୍ଡା ସୋନପୁର ଏବଂ ବଲାଙ୍ଗୀର ଜିଲ୍ଲାର ପ୍ରବେଶ ପଥ ହୋଇଥିବା ବେଳେ ଏହି ରାସ୍ତା ଦେଇ ବଲାଙ୍ଗୀର, ସୋନପୁର, କଳାହାଣ୍ଡି ଜିଲ୍ଲାର ଲୋକେ ନିତିଦିନ ଭୁବନେଶ୍ୱର ଯାତାୟାତ କରିଥାନ୍ତି। ହେଲେ ଏହି ବନ୍ଦ ହେବା ଫଳରେ ଖୋର୍ଦ୍ଧା ବଲାଙ୍ଗୀର NH 57 ମନମୁଣ୍ଡା ଠାରେ ଯାନବାହାନ ଚଳାଚଳ ବନ୍ଦ ରହିଛି। ଏଥି ସହିତ ବହୁ ଯାନବାହାନ ଅଟକି ରହିବା ସହ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେପଟେ ବନ୍ଦକୁ ନେଇ ମନମୁଣ୍ଡାରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ତେବେ ଯଥାଶୀଘ୍ର ମନମୁଣ୍ଡାକୁ ଏନଏସି ଘୋଷଣା କରାଯାଉ ଏବଂ ମାନ୍ୟତା ଦିଆଯାଉ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି କମିଟି ।