ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଗାଜା ଉପରେ ଇସ୍ରାଏଲର ଜୋରଦାର୍ ଆକ୍ରମଣ, ୧୨ ମୃତ, ସାମିଲ ଅଛନ୍ତି ୩ ଶିଶୁ...

Published By : Ladu Kishor | April 30, 2025 6:45 PM

Image courtesy: indiatoday

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ସଂଘର୍ଷ ଦିନକୁ ଦିନ ଅଧିକ ଘାତକ ହେବାରେ ଲାଗିଛି। ଏହି ସମୟରେ, ବୁଧବାର ଇସ୍ରାଏଲ ପୁଣି ଥରେ ଗାଜାରେ ଏକ ବଡ଼ ଆକ୍ରମଣ କରିଛି। ଏହି ଆକ୍ରମଣରେ ପ୍ରାୟ ୧୨ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ତିନି ଜଣ ପିଲା ମଧ୍ୟ ସାମିଲ ଅଛନ୍ତି । ଅଲ-ଆକସା ହସ୍ପିଟାଲ ଅନୁଯାୟୀ,ଏହି ଆକ୍ରମଣ ନୁସେରାତ ଶରଣାର୍ଥୀ ଶିବିରର ତିନୋଟି ଘର ଉପରେ କରାଯାଇଥିଲା। 

ଇସ୍ରାଏଲୀ ସେନା ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କର ଜେନିନ୍ ସହରରେ ଏକ ଚଢାଉରେ ସାମ୍ବାଦିକ ଅଲି ସାମୌଦିଙ୍କୁ ଗିରଫ କରିଛି। ସାମୌଦି ପୂର୍ବରୁ CNN ଏବଂ ଅଲ-ଜଜିରା ପାଇଁ କାମ କରିସାରିଛନ୍ତି। ୨୦୨୨ ମସିହାରେ, ସାମ୍ବାଦିକ ଶିରିନ ଆବୁ ଅକଲେହଙ୍କ ହତ୍ୟା ଘଟଣାରେ ସେ ଆହତ ହୋଇଥିଲେ। ଇସ୍ରାଏଲୀ ସେନା ଅଭିଯୋଗ କରିଥିଲା ଯେ ସାମୌଦି ଇସଲାମିକ୍ ଜିହାଦ ସହିତ ଜଡିତ ଥିଲେ ଏବଂ ସେ ତାଙ୍କୁ ଟଙ୍କା ପଠାଉଥିଲେ । 

ଆପଣଙ୍କୁ କହି ରଖୁଛୁ ଯେ, ଗତ ମାସରେ ହମାସ ସହିତ ଯୁଦ୍ଧବିରତି ଶେଷ ହେବା ପରଠାରୁ ଇସ୍ରାଏଲ ପ୍ରତିଦିନ ଗାଜା ଉପରେ ଆକ୍ରମଣ କରିଆସୁଛି। ମାର୍ଚ୍ଚ ଆରମ୍ଭରୁ, ବନ୍ଧକ ମାନଙ୍କୁ ମୁକ୍ତ କରିବା ପାଇଁ ହମାସ ଉପରେ ଚାପ ପକାଇବା ପାଇଁ ଗାଜାର ୨୦ ଲକ୍ଷ ଲୋକଙ୍କ ପାଇଁ ଖାଦ୍ୟ ଏବଂ ଔଷଧ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ବନ୍ଦ କରିଦିଆ ଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏପର୍ଯ୍ୟନ୍ତ ଗାଜାରେ ୫୨ ହଜାରରୁ ଅଧିକ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇସାରିଛି। 

 


 


 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.