ଭୁବନେଶ୍ୱର, ୨୦/୦୩: ଚାଉଳ ବୋଝେଇ ଟ୍ରକ୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ । ପୋଡ଼ାପଦର୍ ହାଇସ୍କୁଲ ପଡିଆ ନିକଟରେ ମାଡ଼ି ବସିଲା ପୋଲିସ । ଟ୍ରକ୍‌ରୁ ଜବତ ହେଲା ୧୨ କ୍ଵିଣ୍ଟାଲ ଗଞ୍ଜେଇ । ଗାଡ଼ି ସହିତ ୨ ଜଣଙ୍କୁ ଗିରଫ କଲା ଘଣ୍ଟାପଡ଼ା ପୋଲିସ । ବୌଦ୍ଧ ଜିଲ୍ଲା ପୋଡ଼ାପଦର୍ ହାଇସ୍କୁଲ ପଡିଆ ନିକଟରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଫିଲ୍ମ ଷ୍ଟାଇଲ୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ । ଏକ ଚାଉଳ ବୋଝେଇ ଟ୍ରକରେ ବିପୁଳ ପରିମାଣର ଗଞ୍ଜେଇ ଲୁଚାଇ ଚାଲାଣ କରାଯାଉଥିଲା । ଏନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ବାଟରେ ଛକି ବସିଥିଲା ପୋଲିସ । ପୋଡ଼ାପଦର୍ ହାଇସ୍କୁଲ ପଡିଆ ନିକଟରେ ଟ୍ରକ୍‌ଟି ଯାଉଥିବା ବେଳେ ମାଡ଼ି ବସିଲା ଘଣ୍ଟାପଡ଼ା ପୋଲିସ । ଉକ୍ତ ଗାଡ଼ିରୁ ୧୨ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଚାଲାଣରେ ବ୍ୟବହୃତ ଟ୍ରକ୍‌କୁ ଜବତ କରି ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହା ସହ ଘଟଣାର ତଦନ୍ତ କରୁଛି ଘଣ୍ଟାପଡ଼ା ପୋଲିସ ।  

ଏହି ଖବରଟିକୁ ପଢ଼ନ୍ତୁ-  ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆର ଏଟିଏମ୍‌ ତାଡି ନେଲେ ଦୁର୍ବୃତ୍ତ, ଜେସିବି ମାଲିକ ଅଟକ