ନୂଆଦିଲ୍ଲୀ,୮।୧୨: ଅପରେସନ୍ ସିନ୍ଦୂର’ ଏହି ନାଁ ଭାରତର ସାମରିକ ଇତିହାସରେ ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ୭ ମଇ ରାତିରେ ଭାରତୀୟ ସେନା ପାକିସ୍ତାନ ଆତଙ୍କୀଙ୍କ କ୍ୟାମ୍ପ ଉପରେ ୨୪ଟି ସଠିକ୍ ଟାର୍ଗେଟ କରିଥିଲା। ଏଥିରେ ସ୍ବଦେଶୀ ପିନାକା ମଲ୍ଟି ବ୍ୟାରେଲ୍ ରକେଟ୍ ଲଞ୍ଚର (ଏମବିଆରଏଲ) ୧୨୦ କିଲୋମିଟର ଦୂର ସପ୍ଲାଇ ଲାଇନ୍, ବଙ୍କର ଓ ଟେଷ୍ଟିଂ ଏରିଆକୁ କିଛି ମିନିଟରେ ନଷ୍ଟ କରିଦେଇଥିଲା। ଡିଆରଡିଓର ଚେୟାରମ୍ୟାନ୍ ଡକ୍ଟର ସମୀର ଭି.କାମତଙ୍କ କହିବା ଅନୁସାରେ, ଏହି ଆକ୍ରମଣ ‘ଡିଟରେସ୍ ବାଏ ପନିଶମେଣ୍ଟ’ ର ଖୁବ୍ ଭଲ ଉଦାହରଣ ଥିଲା। ଏବେ କଳ୍ପନା କରନ୍ତୁ ଯେତେବେଳେ ୩୦୦ କିଲୋମିଟର ରେଞ୍ଜର ନୂଆ ପିନାକା ଏମକେ-୪ ଭାରତୀୟ ସେନାରେ ୨୦୩୦ ସୁଦ୍ଧା ସାମିଲ, ହେବ ଶତ୍ରୁର ସ୍ଥିତି କ’ଣ ହେବ ? ୨୨ ଏପ୍ରିଲ୍ ୨୦୨୫ରେ ପହଲଗାମ୍ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ଲୋକ ପ୍ରାଣ ହରାଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ‘ଅପରେସନ୍ ସିନ୍ଦୂର’। ୭-୮ ମଇ ମଧ୍ୟବର୍ତ୍ତୀ ରାତିରେ, ଭାରତ ୯ଟି ଆତଙ୍କବାଦୀ ଟାର୍ଗେଟ ଉପରେ ଆକ୍ରମଣ କରିଥିଲା - ପାକ୍ ଅଧିକୃତ କାଶ୍ମୀରରେ ପାଞ୍ଚଟି ଏବଂ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଚାରିଟି।
ପିନାକାର ଭୂମିକା: Mk-3 ଭାରିଆଣ୍ଟ (୧୨୦ କିଲୋମିଟର ରେଞ୍ଜ) ବ୍ରହ୍ମୋସ୍ କ୍ଷେପଣାସ୍ତ୍ର, ରାଫେଲ୍ ଜେଟ୍ (ସ୍ପାଇସ୍-୨୦୦୦ ଏବଂ ହାମର ବୋମା ସହିତ ସଜ୍ଜିତ), ଏବଂ ସ୍ମର୍ଚ ସହିତ ମିଶି ୨୪ଟି ଆକ୍ରମଣ କରିଥିଲା। ଏକ ବ୍ୟାଟେରୀ (୬ଟି ଲଞ୍ଚର୍) ୪୪ ସେକେଣ୍ଡରେ ୭୨ଟି ରକେଟ୍ ନିକ୍ଷେପ କରିଥିଲା, ଯାହା ୧୦୦୦ x ୮୦୦ ମିଟର ଅଞ୍ଚଳକୁ ଧ୍ୱଂସ କରିବାକୁ ସକ୍ଷମ। ସାଟେଲାଇଟ୍ ଇମେଜ ସୁନିଶ୍ଚିତ କରିଛି ଯେ ମୁରିଦକେ, ସିଆଲକୋଟ ଏବଂ ଜାକୋବାବାଦରେ ଥିବା ଆତଙ୍କୀ ଆଡ୍ଡା ନଷ୍ଟ ହୋଇଯାଇଛି। IC-814 ଅପହରଣ ଏବଂ ପୁଲୱାମା ବିସ୍ଫୋରଣରେ ଅଭିଯୁକ୍ତଙ୍କ ସମେତ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏହାର ଜବାବରେ ଭାରତ ଉପରକୁ ପାକିସ୍ତାନ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ତେବେ ଭାରତ ଭାରତର ଏସ-୪୦୦, ଇଣ୍ଟିଗ୍ରେଟେଡ୍ କାଉଣ୍ଟର-ଡ୍ରୋନ୍ ଗ୍ରୀଡ୍ ଏବଂ ପିନାକ ସବୁକିଛି ବିଫଳ କରିଛି।
ପିନାକର ୩୮ କିଲୋମିଟରରୁ ୩୦୦ କିଲୋମିଟର ପର୍ଯ୍ୟନ୍ତର ଯାତ୍ରା
ପିନାକା (ଭଗବାନ ଶିବଙ୍କ ଧନୁଷର ନାଁ) ଡିଆରଡିଓ ୧୯୮୬ରେ ବିକଶିତ କରିଛି। ରୁଷ ଗ୍ରେଢହ୍ ସ୍ମର୍ଚକୁ ରିପ୍ଲେସ କରିବା ପାଇଁ। କାରଗିଲ ଯୁଦ୍ଧରେ ୧୯୯୯ ରେ ପ୍ରଥମ ଥର ବ୍ୟବହାର ହୋଇଥିଲା। ପାକିସ୍ତାନ ବଙ୍କର ଉଡାଇ ଦେଇଥିଲା। ଆଜି ୪ ରେଜିମେଣ୍ଟ(୭୨+ଲଞ୍ଚର) ୨୦୩୦ ପର୍ଯ୍ୟନ୍ତ ୨୨ ରେଜିମେଣ୍ଟ ହେବ। ପିନାକା ରକେଟ ସଲିଡ ଫୁଏଲରେ ଚାଲିଥାଏ। ଯାହାକି ବାଲାଷ୍ଟିକ୍ ମିସାଇଲ ଭଳି ଦ୍ରୁତ ଥାଏ। Mk4ରେ କ୍ବାସି ବାଲାଷ୍ଟିକ୍ ଟ୍ରେଜେକ୍ଟରୀ, ଏଭୋସିଭ ମ୍ୟାନୁଭର୍ସ, ଟ୍ରିପଲ ଗାଇଡାନ୍ସ, ରାପିଡ ଫାୟାର ରହିଛି। ବୈଜ୍ଞାନିକ ଦୃଷ୍ଟିରୁ, ଏହା ଆର୍ଟିଲାରୀ ଓ ଟେକ୍ନିକାଲ ବାଲାଷ୍ଟିକ୍ ମିସାଇଲ ମଧ୍ୟରେ ବ୍ରିଜ୍ ପାଲଟିବ। RAND ସିମୁଲେସନ୍ ଅନୁଯାୟୀ, Mk4 ଭାରତର ଗଭୀର ଆକ୍ରମଣ କ୍ଷମତାକୁ ତିନିଗୁଣ ବୃଦ୍ଧି କରିବ।
Mk4 କେଉଁଠାରେ ବିନାଶ କରିବ?
ଚୀନ୍ ସୀମା (ଲଦାଖ-ଅରୁଣାଚଳ): ୩୦୦ କିଲୋମିଟର ମଧ୍ୟରେ ତିବ୍ଦତୀୟ ବିମାନ କ୍ଷେତ୍ର କିମ୍ବା କ୍ଷେପଣାସ୍ତ୍ର ସ୍ଥାନଗୁଡ଼ିକୁ ଟାର୍ଗେଟ କରିପାରିବ।
ପାକିସ୍ତାନ ଏଲଓସି: ଇସଲାମାବାଦ କିମ୍ବା କରାଚୀରେ ଲଜିଷ୍ଟିକ୍ସକୁ ସିଧାସଳଖ କ୍ଷତି ପହଞ୍ଚାଇପାରେ। ସିନ୍ଦୁର ପରି, କିନ୍ତୁ ପାଞ୍ଚ ଗୁଣ ଅଧିକ ରହିବ।
ଉପକୂଳ ପ୍ରତିରକ୍ଷା: ଆଣ୍ଡାମାନରୁ୩୦୦ କିଲୋମିଟର ଦୂରରୁ ଶତ୍ରୁ ନୌସେନାକୁ ବୁଡ଼ାଇ ପାରିବ। ଆଣ୍ଟି ସିପ୍ ଭାରିଆଣ୍ଟ ମଧ୍ୟ ଏଥିରେ ସମ୍ଭବ।