ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଆବାସ ଯୋଜନା: ୧୨ ହଜାର ହିତାଧିକାରୀ ସର୍ଭେରେ ସାମିଲ

Published By : Prameya | March 27, 2025 12:14 AM

 ଜୟପୁର,୨୬ା୩(ବ୍ୟୁରୋ): ସରକାରଙ୍କ ମାନଦଣ୍ଡ ପୂରଣ କରୁଥିବା ଗରିବ ପରିବାରକୁ ମିଳିବ ପକ୍କାଘର । ଏଥିଲାଗି ବ୍ଲକ ପ୍ରଶାସନ ପକ୍ଷରୁ ନିଯୁକ୍ତ କର୍ମଚାରୀ ସର୍ଭେ କରୁଛନ୍ତି । ଏ ଭିତରେ ୧୧ ହଜାର ୯୫୯ ହିତାଧିକାରୀଙ୍କ ସର୍ଭେ କରାଯାଇଛି । ଆସନ୍ତା ୩୧ ତାରିଖ ସୁଦ୍ଧା ସର୍ଭେ ଶେଷ କରିବାକୁ ନିର୍ଦ୍ଦେଶ ରହିଛି । ଆଗକୁ ଏହିସଂଖ୍ୟା ବଢିବ ବୋଲି ଆକଳନ କରାଯାଉଛି । ଆବାସ ଯୋଜନାରେ ସାମିଲ ଲାଗି ଏକ ସ୍ୱତନ୍ତ୍ର ଆପ୍‌ ମାଧ୍ୟମରେ ସର୍ଭେ ଜାରି ରହିଛି । ହିତାଧିକାରୀ ରହୁଥିବା ଘର ଏବଂ ଆବାସ ନିର୍ମାଣ ଲାଗି ଚିହ୍ନଟ ହୋଇଥିବା ଜାଗାର ଫଟୋ ଉଠାଯାଉଛି । ସଂଗ୍ରହ ହୋଇଥିବା ତଥ୍ୟ ଆପ୍‌ରେ ଅପଲୋଡ କରାଯାଉଛି । ବ୍ଲକର କର୍ମଚାରୀମାନେ ପଞ୍ଚାୟତର ପ୍ରତ୍ୟେକ ଗାଁକୁ ଯାଇ ସର୍ଭେ କରୁଛନ୍ତି । ହିତାଧିକାରୀ ଚାହିଁଲେ ନିଜେ ମଧ୍ୟ ସର୍ଭେ କରି ସ୍ୱତନ୍ତ୍ର ଆପ୍‌ରେ ତଥ୍ୟ ଅପ୍‌ଲୋଡ କରିପାରୁଛନ୍ତି । ପ୍ରଥମ ଥର ଲାଗି ଏଭଳି ବ୍ୟବସ୍ଥା କରାଯାଇଛି । ଗତ ଜାନୁଆରୀ ୨୩ରୁ ଜୟପୁର ବ୍ଲକରେ ସର୍ଭେ ଆରମ୍ଭ ହୋଇଛି । ଏ ଭିତରେ ୧୨୭ ଜଣ ହିତାଧିକାରୀ ବ୍ୟକ୍ତିଗତ ଭାବେ ସର୍ଭେ କରିଛନ୍ତି । ୧୧ ହଜାର ୮୩୨ ହିତାଧିକାରୀଙ୍କ ସର୍ଭେ କରିଛନ୍ତି ବ୍ଲକ କର୍ମଚାରୀ ।

 ଜୟନ୍ତିଗିରି ପଞ୍ଚାୟତରେ ସର୍ବାଧିକ ୮୩୪ ଜଣ ଏବଂ ଡଙ୍ଗରଛିଞ୍ଚି ପଞ୍ଚାୟତରେ ସର୍ବନିମ୍ନ ୩୬୮ ଜଣ ହିତାଧିକାରୀଙ୍କ ସର୍ଭେ ହୋଇଛି । ଆମ୍ବାଗୁଡା ପଞ୍ଚାୟତରେ ୪୭୪ ହିତାଧିକାରୀଙ୍କ ସର୍ଭେ ହୋଇଥିବା ବେଳେ ଅନ୍ତାରେ ୭୦୪, ବଡଜିଉନାରେ ୩୯୯, ବାଲିଆରେ ୮୦୪, ବାରିଣୀପୁଟରେ ୪୭୭, ଧନପୁରରେ ୩୭୫, ଡଙ୍ଗରଛିଞ୍ଚିରେ ୩୬୮, ଏକମ୍ବାରେ ୫୭୨, ଗଡପଦରରେ ୪୫୦, ହାଡିଆରେ ୫୭୩, ଜାମୁଣ୍ଡାରେ ୪୩୫, ଜୟନ୍ତିଗିରିରେ ୮୩୪, କାଳିଆଗାଁରେ ୫୫୭, କେବିଡିରେ ୪୬୯, କଙ୍ଗାରେ ୪୬୯, କୁମୁଲିପୁଟରେ ୬୩୪, ଫାମ୍ପୁଣିରେ ୮୧୧, ପୂଜାରୀପୁଟରେ ୫୦୨, ରଣ୍ଡାପାଲ୍ଲୀରେ ୫୮୨, ରାଣୀଗଡରେ ୪୫୮, ଟାଙ୍କୁଆରେ ୪୨୪ ଏବଂ ଉମୁରୀ ପଞ୍ଚାୟତରେ ୪୭୪ ଜଣ ହିତାଧିକାରୀଙ୍କ ସର୍ଭେ ସରିଛି । ସୂଚନାଥାଉକି, ସର୍ଭେ ପରେ ଆସନ୍ତା ୫ବର୍ଷ ଲାଗି ଆବାସ ଯୋଜନାରେ ସାମିଲ ହେବାକୁ ଥିବା ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯିବ । ଜଣେ ହେଲେ ଯୋଗ୍ୟ ହିତାଧିକାରୀ ଯେମିତି ଏହି ଯୋଜନାରୁ ବଞ୍ଚିତ ନହେବେ, ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ସରକାରଙ୍କ ମାନଦଣ୍ଡ ପୂରଣ କରୁଥିବା ହିତାଧିକାରୀଙ୍କୁ ଏଥିରେ ସାମିଲ କରିବା ପୂର୍ବରୁ ସର୍ଭେ କରିବାକୁ କୁହାଯାଇଛି । ଆସନ୍ତା ୩୧ ତାରିଖ ସୁଦ୍ଧା ସର୍ଭେ ଶେଷ ଲାଗି ନିର୍ଦ୍ଦେଶ ରହିଛି । ଆଗକୁ ଏହି ଅବଧି ବଢିପାରେ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.