ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଧରାପଡିଲେ କେନ୍ଦୁପତ୍ର ଚୋର:୧୩ ଜଣ ଲୁଟେରା ଗିରଫ, ୪୫ ବଣ୍ଡଲ କେନ୍ଦୁପତ୍ର ଜବତ

Published By : Harapriya Sethi | November 13, 2024 2:30 PM

ରିଆମାଳ,୧୩/୧୧: ରିଆମାଳ ବ୍ଲକ କୁଣ୍ଢେଇଗୋଳା ରେଞ୍ଜ ଖଇରପାଲି କେନ୍ଦୁଲିପ ଗୋଦାମରୁ ଗତ ୩ ତାରିଖ ରାତି ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଲୁଟ ଘଟଣା । ୧୩ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଠାବ କଲା ପୋଲିସ । ଲୁଟ ହୋଇଥିବା ୪୫ ବଣ୍ଡଲ କେନ୍ଦୁପତ୍ର, ଲାପଟପ, ୩ଟି ଏମ.ଟେକ ବ୍ୟାଟ୍ରି ସମେତ ଲୁଟ ଘଟଣାରେ ବ୍ୟବହାର ହୋଇଥିବା ଏକ ଟାଟା ଏସି, ଦୁଇଟି ପିକଅପ ଭ୍ୟାନ ଏବଂ ଭୁଜାଲି ପୋଲିସ ଜବତ କରିଛି । ଏବେ ବି କୋଲକତାର ଜଣେ ଅଭିଯୁକ୍ତ ସହିତ ଅନେକ ଲୁଟେରା ଫେରାର ଥିବା ବେଳେ ଗିରଫ ହୋଇଥିବା ସମସ୍ତ ଲୁଟେରା ପୂର୍ବରୁ ମଧ୍ୟ ବିଭିନ୍ନ ଡକାୟତି ଘଟଣାରେ ସାମିଲ ଥିବା ଜଣାପଡିଛି । 

ସୂଚନା ମୁତାବକ, ନଭେମ୍ୱର ୩ ତାରିଖ ବିଳମ୍ବିତ ରାତିରେ ୧୬ ଜଣ ଲୁଟେରା ଗ୍ୟାଙ୍ଗ ଏକ ଟ୍ରକ, ଟାଟା ଏସି ଭ୍ୟାନ ଏବଂ ଏକ କାର୍‌ ଯୋଗେ ଖଇରପାଲି କେନ୍ଦୁଲିପ ଗୋଦାମକୁ ଆସିଥିଲେ । ସେଠାରେ ଥିବା କେନ୍ଦୁପତ୍ର ଶ୍ରମିକଙ୍କୁ ବନ୍ଧୁକ ଓ ଭୁଜାଲି ମୁନରେ ଭୟଭୀତ କରାଇ ହାତ ଗୋଡ ବାନ୍ଧି ଦେଇଥିଲେ । ଏଥିସହ ଲକ୍ଷାଧିକ ଟଙ୍କା ମୂଲ୍ୟର ୪୫ ବଣ୍ଡଲ କେନ୍ଦୁପତ୍ର, ଲାପଟପ୍, ୪ଟି ଏମ.ଟେକ ବ୍ୟାଟ୍ରି ନେଇ ଫେରାର ହୋଇ ଯାଇଥିଲେ । ଏନେଇ ନଭେମ୍ୱର ୪ ତାରିଖ ସକାଳୁ କୁଣ୍ଢେଇଗୋଳା ରେଞ୍ଜର ଛବିଳ ପ୍ରଧାନ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଏକ ବଡ ଧରଣର ସଫଳତା ହାସଲ କରିଛି । ଏହି ଘଟଣାରେ କେବଳ ଅନୁଗୁଳ ଜିଲ୍ଲାର ୧୩ ଜଣେ ଲୁଟେରା ଗିରଫ ହୋଇଛନ୍ତି । ବୁଧବାର ଦେବଗଡ଼ ଏସପି ଅନିଲ କୁମାର ମିଶ୍ର କୁଣ୍ଢେଇଗୋଳା ଥାନାରେ ଏକ ପ୍ରେସ ମିଟ୍‌ରେ ଏହି ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି l  ଉକ୍ତ ପ୍ରେସମିଟ୍‌ରେ ଥାନାଧିକାରୀ ସରସ୍ୱତୀ ଟୁଡୁ, ରେଞ୍ଜର ଛବିଳ ପ୍ରଧାନ ତଥା ଥାନା ଅଧିକାରୀ, କେନ୍ଦୁପତ୍ର ଅଧିକାରୀ ମାନେ ଉପସ୍ଥିତ ଥିଲେ l ପୋଲିସର ଏହି ସଫଳତା ପାଇଁ ଅଞ୍ଚଳରେ ଚର୍ଚ୍ଚା ଚାଲିଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.