ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଏକବିଂଶ ଶତାବ୍ଦୀରେ ରେଭେନ୍ସାର ସଂସ୍କୃତି ବିଶ୍ୱରେ ନୂଆ ଅଧ୍ୟାୟ ଉନ୍ମୋଚନ କରିବ: ଧର୍ମେନ୍ଦ୍ର ପ୍ରଧାନ

Published By : Suraj Kumar | July 15, 2025 4:42 PM

କଟକ, ୧୫ ।୭-ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଆମ ସମସ୍ତ ଓଡ଼ିଆ ଲୋକଙ୍କ ପାଇଁ ଏକ ସଂସ୍କୃତି, ପରମ୍ପରା ଏବଂ ସ୍ପନ୍ଦନ ସଦୃଶ । ଏକବିଂଶ ଶତାବ୍ଦୀରେ ରେଭେନ୍ସାର ସଂସ୍କୃତି ବିଶ୍ୱରେ ନୂଆ ଅଧ୍ୟାୟ ଉନ୍ମୋଚନ କରିବ । ମଙ୍ଗଳବାର ଏହି ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ -୨୦୨୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଯୋଗ ଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି ଯେ ଓଡ଼ିଶାର ବହୁ ଐତିହାସିକ ଘଟଣାର ବହୁ ଉତ୍‌ଥାନ ପତନର ଜୀବନ୍ତ ସାକ୍ଷୀ ଭାବରେ ବିଦ୍ୟମାନ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଆସିବା ମୋ ପାଇଁ ବହୁତ ଆନନ୍ଦର ମୁହୂର୍ତ୍ତ । ବିଶ୍ୱରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଯୋଗଦାନ ରଖିଥିବା ଏହି ବିଶ୍ୱବିଦ୍ୟାଳୟ ଏକ ସମ୍ମାନସ୍ପଦ ଅନୁଷ୍ଠାନ । ଇଂରେଜମାନଙ୍କୁ ବିତାଡ଼ିତ କରିବା ପାଇଁ ବଡ ଜନଆନ୍ଦୋଳନ ହୋଇଥିଲା ଏହି ଅନୁଷ୍ଠାନରେ । ତତ୍କାଳୀନ ମହାପୁରୁଷଙ୍କ ନେତୃତ୍ୱରେ ଏହି ଅନୁଷ୍ଠାନ ଭାଷାଭିତ୍ତିକ ଆନ୍ଦୋଳନ ସହ ଓଡ଼ିଶାରେ ନବସୃଜନର କଳ୍ପନା କରିଛି ।  ମହାପ୍ରଭୁଙ୍କ ତୀର୍ଥକ୍ଷେତ୍ର ଯେତେ ପବିତ୍ର ରେଭେନ୍ସା ବି ସେତେ ପବିତ୍ର । ରେଭେନ୍ସା ଯାହା ଆଜି ଭାବେ, ସେହି କଥାକୁ ଓଡ଼ିଶା ପରବର୍ତ୍ତୀ ସମୟରେ ଭାବେ । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ସମସାମୟିକ ଜୀବନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ଚାହିଦା ବଢିଛି , ଯେଉଁ ଏଆଇକୁ ରେଭେନ୍ସା ଏବଂ ଜାତୀୟତାବାଦର ସମ୍ପର୍କ ଉପରେ ପ୍ରଶ୍ନ କଲେ ଉତ୍ତର ଆସୁଛି , ଓଡ଼ିଆ ଜାତୀୟତାବାଦ ଓ ରେଭେନ୍ସାର ଅନନ୍ୟ ସମ୍ପର୍କ ରହିଛି । ଓଡ଼ିଆ ଜାତୀୟତାବାଦୀ ଆନ୍ଦୋଳନର ମୁଖ୍ୟ ମଞ୍ଚ ହେଉଛି ରେଭେନ୍ସା ବିଶ୍ୱବିଦ୍ୟାଳୟ ।

୨୦୩୬ ମସିହାରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ୨୦୪୭ ମସିହାରେ ଭାରତ ଏହାର ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ଲକ୍ଷ୍ୟକୁ ହାସଲ କରିବା ଦିଗରେ ରେଭେନ୍ସା ଏକ ଉତପ୍ରେରକ ଭଳି କାର୍ଯ୍ୟ କରିବ । ଏଥିପାଇଁ ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏ ଦିଗରେ ସ୍ୱପ୍ନ ଦେଖିବା ପାଇଁ ସେ ଆହ୍ୱାନ କରିଛନ୍ତି । ସେ ଆହୁରି କହିଛନ୍ତି, ଆମର ଯୁବପିଢି ଚାକିରି ଅନ୍ୱେଷଣରେ ନରହି ଚାକିରି ଦେବାର ଅଭିମୁଖ୍ୟ ଆପଣାଇବାକୁ ହେବ । ଓଡ଼ିଶାରେ ବୌଦ୍ଧ ଧର୍ମ ଏବଂ କଳିଙ୍ଗ ଯୁଦ୍ଧର ଇତିହାସ ଓ ବାସ୍ତବ ଯଥାର୍ଥତାକୁ ଏଆଇ ମାଧ୍ୟମରେ ପ୍ରତିପାଦିତ କରିପାରିଲେ ହିଁ ଏକବିଂଶ ଶତାବ୍ଦୀରେ ଓଡ଼ିଶା ବୈଶ୍ୱିକ ନେତୃତ୍ୱର ପ୍ରୟୋଗଶାଳା ହେବ । ଆଜିର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିବାରୁ ଶ୍ରୀ ପ୍ରଧାନ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,  ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଯୋଗଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.