ଭୁବନେଶ୍ୱର,୦୯/୦୬: ପୁରୀ ଜିଲ୍ଲା ସାତଶଙ୍ଖ ଅର୍ଜୁନସିଂହପୁର ଗ୍ରାମର ନରହରି ବିଶ୍ୱାଳଙ୍କ ବାଡ଼ିରେ ଥିବା ପଥର ଗଦାରୁ ସ୍ନେକ୍ ହେଲ୍ପ ଲାଇନ୍ ପକ୍ଷରୁ ଏକ ବଡ଼ ନାଗୁଣୀ ସହ ୧୬ଟି ଅକ୍ଷତ ଅଣ୍ଡା ଉଦ୍ଧାର କରାଯାଇଛି । ୧୪ଟି ଫୁଟିଥିବା ଅଣ୍ଡା ଖୋଳ ମଧ୍ୟ ସେଠାରୁ ମିଳିଛି । ଉଦ୍ଧାର ନାଗୁଣୀକୁ ପ୍ରାକୃତିକ ପରିବେଶ ମଧ୍ୟରେ ଛାଡ଼ି ଦିଆ ଯାଇଥିବା ବେଳେ ଅଣ୍ଡାଗୁଡ଼ିକୁ ସ୍ନେକ୍ ହେଲ୍ପ ଲାଇନ୍ ପକ୍ଷରୁ ଛୁଆ ଫୁଟିବା ପର୍ଯ୍ୟନ୍ତ ନେଇ ରଖାଯାଇଛି ।
ଶ୍ରୀ ବିଶ୍ୱାଳଙ୍କ ବାଡ଼ିରେ କିଛି ପଥର ଗଦା ହୋଇଥିଲା । ଘର କାମରେ ଲଗେଇବା ପାଇଁ ଆଜି ପଥର କାଢିବା ବେଳକୁ ଶ୍ରମିକମାନେ ଗୋଟିଏ ନାଗ ସାପ ସହ କିଛି ଅଣ୍ଡା ଦେଖିବାକୁ ପାଇଥିଲେ । ସେମାନେ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ତେବେ ଅଣ୍ଡା ଗୁଡିକ ସେହି ସ୍ଥାନରୁ ସ୍ଥାନାନ୍ତର କରିବା ପାଇଁ ଗ୍ରାମବାସୀମାନେ ସୁଶାନ୍ତଙ୍କୁ ବାଧ୍ୟ କରିଥିଲେ ।
ଅନ୍ୟ ଉପାୟ ନ ପାଇ ସୁଶାନ୍ତ ସାପ ସହିତ ସେହି ଅଣ୍ଡା ଗୁଡିକୁ ଉଦ୍ଧାର କରିଥିଲେ । ସାପଟିକୁ ଗାଁ ଠାରୁ ଦୂରରେ ପ୍ରାକୃତିକ ପରିବେଶରେ ଛାଡି ଦିଆଯାଇଛି । ସ୍ନେକ ହେଲ୍ପ ଲାଇନର ସଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି "ନାଗ ସାପଙ୍କର ଅଣ୍ଡା ଛୁଆ ଫୁଟିବାର ସମୟ ଆସିଗଲାଣି । ଏଇ ସମୟରେ ସମସ୍ତେ ନିଜ ନିଜର ବାଡି ବଗିଚା ଭଲ ଭାବରେ ସଫା କରି ଦିଅନ୍ତୁ ।
ଅଧିକ ପଢ଼ନ୍ତୁ :- Engineer Suspended: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ, ଜଳ ସଂପଦ ବିଭାଗର ୩ ଇଂଜିନିୟର ନିଲମ୍ବିତ