ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରେ ମୃତ୍ୟୁ ସଂଖ୍ୟା

Published By : Prameya | January 21, 2025 9:19 AM

ନୂଆପଡ଼ା ୨୧/୦୧: ନୂଆପଡ଼ା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର। ସୁରକ୍ଷାବାହୀକୁ ମିଳିଲା ବଡ଼ ସଫଳ। କୁମ୍ବିଂ ଅପରେସନ୍‌ ବେଳେ ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ। ଦୁଇ ଜଣ ମହିଳା ମାଓ କ୍ୟାଡରଙ୍କୁ ନିଷ୍କ୍ରିୟ କରାଯାଇଥିଲାମୋଟ ୧୪ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ। ସୁରକ୍ଷା ବାହିନୀ ଦ୍ୱାରା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ମାଓ ସାମଗ୍ରୀ, IED ଜବତ କରାଯାଇଛି।

ସୂଚନା ଅନୁଯାଇ, ଓଡ଼ିଶା-ଛତିଶଗଡ଼ ସୀମାବର୍ତ୍ତୀ ଘଞ୍ଚ ଜଙ୍ଗଲରେ ୩୦ରୁ  ଅଧିକ ମାଓବାଦୀ ମେଳିବାନ୍ଧି ସୁରକ୍ଷା ବଳ ଉପରେ ଆକ୍ରମଣ  ପାଇଁ ଯୋଜନା କରୁଥିଲେ । ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର  ସାଢ଼େ ୫ କିମି ଦୂର ଗରିଆବନ୍ଧ ଜିଲ୍ଲା ମେନପୁର ଥାନା  କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ମାଓବାଦୀମାନେ ଏଥିଲାଗି  ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ । ଏନେଇ ଉଭୟ ରାଜ୍ୟ ପୁଲିସ  ଗୁଇନ୍ଦା ସୂତ୍ରରୁ ଖବର ପାଇଥିଲା । ରବିବାର ସନ୍ଧ୍ୟାରେ  ଅନ୍ତଃରାଜ୍ୟ ସୁରକ୍ଷା ବାହିନୀ, କେନ୍ଦ୍ରୀୟ ସୁରକ୍ଷା ବାହିନୀ ମିଳିତ  ଭାବେ ଅଭିଯାନ ଆରମ୍ଭ କରିଥିଲେ । ନୂଆପଡ଼ା ଏସ୍‌ପି ଜିଆର ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ୩ଟି ସ୍ୱତନ୍ତ୍ର ଅପରେସନ  ଗ୍ରୁପ (ଏସଓଜି), ଛତିଶଗଡ଼ ରାଜ୍ୟର ୨ଟି ସ୍ୱତନ୍ତ୍ର ପୁଲିସ୍‌ ଟିମ୍‌ (ଇ-୩୦), ୫ ସିଆର୍‌ପିଏଫ ଟିମ୍‌ ସମେତ ୧୦ଟି ଟିମ ଏଥିରେ  ସାମିଲ ହୋଇଥିଲେ । ସୋମବାର  ପୂର୍ବାହ୍ଣ ସାଢ଼େ ୮ଟାରେ କୁଲାରୀଘାଟ  ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କୁ  ଚାରିପଟୁ ଘେରି ଯାଇଥିଲେ ସୁରକ୍ଷା  ବାହିନୀ । ପୂର୍ବାହ୍ଣ ସାଢ଼େ ୧୦ଟାରେ  ଏବଂ ଅପରାହ୍ଣ ସାଢ଼େ ୩ଟାରେ  ଦୁଇ ଥର ମୁହିାଁମୁହିଁ ହୋଇଥିଲେ  ସୁରକ୍ଷା ବାହିନୀ ଓ ମାଓବାଦୀ ।  ଅପରାହ୍ଣରେ ହୋଇଥିବା ଗୁଳି ବିନିମୟରେ ଜଣେ  କୋବ୍ରା ବାହିନୀ ଯବାନଙ୍କୁ ଗୁଳି ଲାଗିଥିଲା । ତାଙ୍କୁ ସ୍ୱତନ୍ତ୍ର  ହେଲିକପ୍ଟରରେ ରାୟପୁରକୁ ସ୍ଥାନାନ୍ତର କରାଯାଇଛି । ତିନି  ପର୍ଯ୍ୟାୟରେ ଭୟଙ୍କର ପ୍ରତିଆକ୍ରମଣକୁ ସାମ୍ନା ନ କରି  ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ସର୍ଚ୍ଚ ଅପରେସନ ବେଳେ  ମେନପୁର ଡିଭିଜନର ଦୁଇ କ୍ୟାଡର ମାଓବାଦୀଙ୍କ ମୃତଦେହ  ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ  ଜଣେ ପୁରୁଷ । 

ମଙ୍ଗଳବାର ସକାଳୁ ନୂଆପଡ଼ା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ଛତିଶଗଡ଼ ଏବଂ ଓଡିଶା ପୋଲିସ ପକ୍ଷରୁ ମିଳିତ କୁମ୍ବିଂ ଚାଲିଥିଲା। ଜଙ୍ଗଲ ଭିତରେ ମାଓବାଦୀ-ସୁରକ୍ଷାବାହୀ ମଧ୍ୟରେ ଗୁଳିବିନିୟ ହେଇଥିଲା । ଏହି ଏନ୍‌କାଉଣ୍ଟରେ ଯବାନଙ୍କ ଗୁଳିରେ ୧୨ରୁ ଅଧିକ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢ଼ିପାରେ। ସେହିପରି ଦୁଇ ଜଣ ମହିଳା ମାଓ କ୍ୟାଡରଙ୍କୁ ନିଷ୍କ୍ରିୟ କରାଯିବା ପରେ ଅଟକ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୧୪ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସର୍ଚ୍ଚ ଅପରେସନ୍ ବେଳେବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି । ତେବେ ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଆଇଇଡ଼ି, କିଛି ବନ୍ଧୁକ ଏବଂ ପୋଷାକ ରହିଥିବା ସୂଚନା ମିଳିଛି । ଏନ୍‌କାଉଣ୍ଟର ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି । ହେଲେ ପୋଲିସ ପକ୍ଷରୁ ଏବେବି କୁମ୍ବିଂ ଅପରେସନ ଜାରି ରହିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.