ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

୧୪୦ ଯାତ୍ରୀଙ୍କୁ ଜଣାନଥିଲା… ସାଢ଼େ ୩ ଘଣ୍ଟା ଆକାଶରେ ଚକ୍କର କାଟିବା ପରେ ଏମିତି ଲ୍ୟାଣ୍ଡ କଲା ଏୟାର ଇଣ୍ଡିଆ ବିମାନ

Published By : Tapas Panda | October 11, 2024 9:54 PM

ନୂଆଦିଲ୍ଲୀ: ତାମିଲନାଡୁର ତ୍ରିଚିରୁ ଶାରଜାହ ଯାଉଥିବା ଏୟାର ଇଣ୍ଡିଆର ବିମାନ ସଫଳତାପୂର୍ବକ ଅବତରଣ କରିଛି । କିନ୍ତୁ ଏହା ପୂର୍ବରୁ ସାଢ଼େ ୩ ଘଣ୍ଟା ପର୍ଯ୍ୟନ୍ତ ୧୪୦ ଯାତ୍ରୀଙ୍କ ଜୀବନ ବାଜିରେ ଲାଗିଥିଲା । ଏନେଇ ଯାତ୍ରୀଙ୍କ ପାଖରେ କୌଣସି ଖବର ବି ନଥିଲା । ଯାତ୍ରୀମାନେ କେବଳ ଜାଣିଥିଲେ, ବିମାନରେ ସାମାନ୍ୟ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ସେତେବେଳକୁ ବିମାନଟି ଅବତରଣ କରିନପାରି ଆକାଶରେ ଚକ୍କର କାଟୁଥିଲା । ତେବେ ବିମାନରେ ହାଇଡ୍ରୋଲିକ୍‌ ସିଷ୍ଟମ ଖରାପ ହୋଇଯାଇଥିଲା । 

ସେପଟେ ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ବିମାନ ବନ୍ଦରରେ ୨୦ରୁ ଅଧିକ ଆମ୍ବୁଲାନ୍ସ ଏବଂ ଦମକଳ ଗାଡ଼ି ମୁତୟନ କରାଯାଇଥିଲା ।  ଏହାରି ମଧ୍ୟରେ ତ୍ରିଚିର ଜିଲ୍ଲାପାଳଙ୍କୁ ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଥିଲେ ଯେ, ଚିନ୍ତା କରିବାର କିଛି ନାହିଁ । ବିମାନଟି ସୁରୁଖୁରୁରେ ଅବତରଣ କରିପାରିବ । ଅନ୍ୟପଟେ ପାଇଲଟ୍‌ ଜରୁରୀ ସ୍ଥିତି ଥିବା ନେଇ ଜଣାଇବା ପରେ ଏୟାରପୋର୍ଟରେ ହାଇଆଲର୍ଟ ଜାରି କରଗଲା । 

ଏମର୍ଜେନ୍ସି ଲ୍ୟାଣ୍ଡିଂ ଲାଗି ସବୁ ପ୍ରକାର ପ୍ରସ୍ତୁତି ଚାଲିଲା । ଏହି ଖବର ଗଣମାଧ୍ୟମରେ ଆସିବା ପରେ ଏୟାରପୋର୍ଟ ବାହାରେ ଲୋକଙ୍କ ଭିଡ଼ ଜମିଗଲା । ଲୋକେ ବିମାନର ସୁରକ୍ଷିତ ଅବତରଣ ଲାଗି ପ୍ରାର୍ଥନା କଲେ । ତ୍ରିଚି ଏୟାରପୋର୍ଟ ପାଖାପାଖି ଥିବା ବିଲ୍ଡିଂର ଛାତ ଉପରକୁ ଲୋକେ ଚଢ଼ିଯାଇ ଆକାଶରେ ବିମାନକୁ ଖୋଜିବାକୁ ଲାଗିଲେ । କିନ୍ତୁ ଯେତେବେଳେ ବିମାନଟି ସୁରକ୍ଷିତ ଅବତରଣ କଲା ଲୋକେ ତାଳି ବଜାଇ ପାଇଲଟଙ୍କୁ ଧନ୍ୟବାଦ ଜଣାଇଲେ । ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ପାଇଁ ୧୪୦ ଯାତ୍ରୀଙ୍କ ଜୀବନ ବଞ୍ଚିଗଲା ।

ରିପୋର୍ଟ ଅନୁସାରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ IX 613 ତ୍ରିଚିରୁ ଆଜି ସନ୍ଧ୍ୟା ୫.୩୨ରେ ଉଡ଼ାଣ ଭରିଥିଲା । ଉଡ଼ାଣ ଭରିବା ପରେ ପରେ ବିମାନର ଲ୍ୟାଣ୍ଡିଂ ଗିୟରରେ ଥିବା ହାଇଡ୍ରୋଲିକ୍‌ ସିଷ୍ଟମରେ ସମସ୍ୟା ଥିବା ନେଇ ଜାଣିବାକୁ ପାଇଥିଲେ ପାଇଲଟ୍‌ । ଏହା ପରେ ପାଇଲଟ୍‌ ବିମାନଟିକୁ ଜରୁରୀ ଅବତରଣ ଲାଗି ଅନୁମତି ଲୋଡ଼ିଥିଲେ ।  ୩ ଘଣ୍ଟାରୁ ଅଧିକ ସମୟ ଆକାଶରେ ଚକ୍କର କାଟି ବିମାନର ଫୁଏଲ କମ୍ କରିବାକୁ ପ୍ରୟାସ କରିଥିଲେ ପାଇଲଟ । ସେପଟେ ଏୟାରପୋର୍ଟରେ ଜରୁରୀ ଅବତରଣ ଲାଗି ସମସ୍ତ ପ୍ରସ୍ତୁତି ସରିବା ପରେ ବିମାନଟି ସୁରକ୍ଷିତ ଲ୍ୟାଣ୍ଡିଂ କରିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.