ପ୍ରମୂଖ ଖବର
  • ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ
  • ||
  • କୋରାପୁଟ : ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା
  • ||
  • କଟକ : ବେଲେଶ୍ୱର ଡବଲ ମର୍ଡର ଘଟଣା: ୫ ବର୍ଷ ପରେ ଅଭିଯୁକ୍ତ ଗିରଫ
  • ||
  • ଆଠଗଡ଼ : ଟ୍ରେନ୍‌ରୁ ପାଲ ଚୋରି କରୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ
  • ||
  • ରାଜସ୍ଥାନ: ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏକାଧିକ ଆହତ
  • ||
  • ବେଆଇନ ଭାବେ ଅନ୍ୟ ଦେଶରେ ରହିବା ଆଇନଗତ ଅଧିକାର ନୁହେଁ । ବେଆଇନ ଭାବେ ରହୁଥିବା ଲୋକଙ୍କୁ ଭାରତ ନେବାକୁ ପ୍ରସ୍ତୁତ: ମୋଦି
  • ||
  • ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ, ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି, ଦିନ ୧୨ଟା ଯାଏ ଗୃହ ମୁଲତବୀ ଘୋଷଣା
  • ||
  • କଳାହାଣ୍ଡି : କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • ଆଜି ବିଜେପିର କୋର କମିଟି ବୈଠକ: ଅଧ୍ୟକ୍ଷତା କରିବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଭାପତି ଚୟନ ନେଇ ଆଲୋଚନା
  • ||
  • ଗରମରୁ ସାମାନ୍ୟ ଆଶ୍ୱସ୍ତି: ଆଜିଠୁ କମିବ ରାତି ତାପମାତ୍ରା,୧୬ରୁ ପୁଣି ବଢ଼ିବ ତାତି
  • ||

ଉତ୍କର୍ଷ ଓଡିଶା କନକ୍ଲେଭ : ୧୪୫ ଏମଓୟୁ ସ୍ବାକ୍ଷର, ୧୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ

Published By : Prameya | January 29, 2025 9:42 PM

ଭୁବନେଶ୍ବର, ୨୯।୧ : ଦୁଇ ଦିନିଆ ଉତ୍କର୍ଷ ଓଡିଶା କନକ୍ଲେଭ-୨୦୨୫  ଶେଷ ହୋଇଛି।  ଏଥିରେ  ରାଜ୍ୟ ସରକାରଙ୍କ ଆଶା ଠାରୁ ଅଧିକ ପୁଞ୍ଜିନିବେଶର ପ୍ରତିଶ୍ରୁତି ମିଳିଛି। ୧୪୫ଟି ଏମଓୟୁ ସ୍ବାକ୍ଷର ହୋଇଛି। ସେହିପରି  ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ମହାକୁମ୍ଭରୁ ମିଳିଛି ।  ଏହାଦ୍ବାରା ରାଜ୍ୟରେ ପ୍ରାୟ ୯ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।    ରାଜ୍ୟ ସରକାର ଶିଳ୍ପ ମହାକୁମ୍ଭରେ ଶହେ ଏମଓୟୁ ସ୍ବାକ୍ଷର ସହ ୫ ଲକ୍ଷ କୋଟି ନିବେଶର ଟାର୍ଗେଟ ରଖିଥିଲେ। କିନ୍ତୁ  ଆଶାଠୁ ବହୁ ଅଧିକ ପୁଞ୍ଜିନିବେଶ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ୪ଲକ୍ଷ ୩୩ହଜାର କୋଟିର ପୁଞ୍ଜି ନିବେଶ ପାଇଁ ହୋଇଛି ଏମଓୟୁ । ମହାନଦୀ କୋଲ୍ ଫିଲଡ୍,  ଏନଏଲସି, ଆଇଓସିଏଲ,ଏଚପିସିଆର୍, ଓଏନଜିସି ତ୍ରିପୁରା, ଆରଇସି ଆଦି କମ୍ପାନୀ ସହ ରାଜ୍ୟ ସରକାର ଏମଓୟୁ କରିଛନ୍ତି । ୬/୭ ମାସ ମଧ୍ୟରେ ଏହି ସବୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଯିବ । କୃଷି ଓ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପରେ ବିଭିନ୍ନ ପୁଞ୍ଜି ନିବେଶକାରୀଙ୍କ ସହ ରାଜ୍ୟ ସରକାର ୧ ହଜାର କୋଟିରୁ ଅଧିକ ଟଙ୍କାର ନିବେଶ ପାଇଁ ଏମଓୟୁ କରିଛନ୍ତି । ଏଥିପାଇଁ ୧୭ଟି ସଂସ୍ଥା ସହ ବୁଝାମଣା ହୋଇଛି ।  ଏହି ସମ୍ମିଳନୀରେ ୧୬ଟି ଦେଶର ପ୍ରତିନିଧି ସାମିଲ  ହୋଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.