ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

୧୫ ଶୁଆ ଶାବକ ସହ ୩ କଇଁଛ ଉଦ୍ଧାର, ୪ ଅଭିଯୁକ୍ତ ଗିରଫ

Published By : Harapriya Sethi | February 3, 2025 10:46 AM

ଭୁବନେଶ୍ୱର,୦୩/୦୨: ବନ୍ୟଜନ୍ତୁ ଚାଲାଣକାରୀ ରାକେଟ୍‌ର ପର୍ଦ୍ଦାଫାଶ । ଗ୍ରାହକ ସାଜି ଚଢାଉ କଲା ବୌଦ୍ଧ ବନବିଭାଗ ଟିମ୍ । ଏହି ଚଢାଉରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୫ ଶୁଆ ଶାବକ ଓ ୩ ଟି କଇଁଛଙ୍କୁ ଉଦ୍ଧାର କରାଯାଇଛି । ଗିରଫ ଅଭିଯୁକ୍ତ ବୌଦ୍ଧ ଜିଲ୍ଲା କଣ୍ଟୁଆଣି ଗ୍ରାମର କିଶୋର ସାହୁ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳର ଯୋଗେଶ୍ୱର ଦେହୁରୀ, ଆୟୁଷ ସାହୁ, ବଳରାମ ଜେନା ବୋଲି ଜଣାପଡ଼ିଛି । ବୌଦ୍ଧ ଜିଲ୍ଲାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ବୌଦ୍ଧରେ ବନ୍ୟଜନ୍ତୁ ଚାଲାଣକାରୀ ରାକେଟ୍‌ ସକ୍ରିୟ ଥିବା ନେଇ ବନବିଭାଗ ପୂର୍ବରୁ ଖବର ପାଇଥିଲା । ଖବର ପାଇ ଚାଲାଣକାରୀଙ୍କୁ ଧରିବା ପାଇଁ ଯୋଜନା କରିଥିଲା । ଶେଷରେ ଗ୍ରାହକ ସାଜି ଡିଲ୍‌ ବେଳେ ଚଢାଉ କରିଥିଲା ବୌଦ୍ଧ ବନବିଭାଗ ଟିମ୍ । ଚଢାଉ କରି ୧୫ ଶୁଆ ଶାବକ ଓ ୩ ଟି କଇଁଛ ଉଦ୍ଧାର କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଥିବା ୪ ଜଣକ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ସହ ଘଟଣାର ତଦନ୍ତ ମଧ୍ୟ ଚଳାଇଛି ବନ ବିଭାଗ ଟିମ୍ । 

ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.