ଭୁବନେଶ୍ବର, ୭/୧୧ : ଚୋରା ଗଞ୍ଜେଇ ଚାଲାଣକାରୀ ଗିରଫ । ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ଡ୍ରାଇଭର ସହିତ ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ଶୁକ୍ରବାର ସକାଳେ EI&EBର ମିଳିତ ଚଢଉରେ ୧୫୦କିଲୋଗ୍ରାମର ଗଞ୍ଜେଇ ଜବତ ହୋଇଥିବାବେଳେ ଜଣଙ୍କୁ ଗିରଫ କରାଯାଇଛି ।
ଚୋରା ଗଞ୍ଜେଇ ଗଜପତିରୁ ବ୍ରହ୍ମପୁର ଦେଇ ଟ୍ରେନ୍ ଯୋଗେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବିଶ୍ବସ୍ତସୂତ୍ରରୁ ଖବରପାଇ ଯୁଗ୍ମ ଅବକାରୀ କମିଶନର ଡମ୍ବରୁଧାର ଖଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଉପନିରୀକ୍ଷକ ଶ୍ରୁତିକାନ୍ତ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଚଢଉ ହୋଇଥିଲା ।
ଏହି ଚଢଉରେ ଗୋଟିଏ କାର୍, ୧ଟି ବାଇକ୍, ୧୫୦କିଲୋ ଗଞ୍ଜେଇ ସହ ଏକ ମୋବାଇଲ୍ ଜବତ ହୋଇଛି । ଜବତ ଗଞ୍ଜେଇ ଏବଂ ଗାଡ଼ି ଓ ମୋବାଇଲର ମୂଲ୍ୟ ପ୍ରାୟ ୨୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।