ମନମୁଣ୍ଡା,୨୩/୧୧ : ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ କଣ୍ଟାମାଲ୍ ବିଧାନସଭାର ପଲସାଗୋରା କଲ୍ୟାଣ ମଣ୍ଡପଠାରେ ବନ୍ଦେ ମାତରମ୍ର ୧୫୦ବର୍ଷ ପୂର୍ତ୍ତି ଉତ୍ସବ ଏବଂ ଆତ୍ମନିର୍ଭର ଭାରତ ସଙ୍କଳ୍ପ ଅଭିଯାନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହା ଆୟୋଜିତ ହୋଇଥିଲା । କଣ୍ଟାମାଲ୍ ବିଧାୟକ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନ୍ଦେ ମାତରମର ଇତିହାସ ଓ ସ୍ୱଦେଶୀ ବିଷୟରେ କହିଥିଲେ ଏବଂ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟ ମାନଙ୍କୁ କିଭଳି ଆତ୍ମନିର୍ଭରଶୀଳ କରାଇପରିବା ସେ ବିଷୟରେ ଆଲୋଚନା କରିଥିଲେ।

ମୁଖ୍ୟବକ୍ତା ଭାବେ ବନମାଳୀ ରଣା ଉପସ୍ଥିତ ରହି ଆତ୍ମନିର୍ଭର ଭାରତ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତ ଗଢିବାର ସ୍ବପ୍ନକୁ କିଭଳି ସାକାର କରିପାରିବା ତାହା ବିସ୍ତୃତ ଭାବେ ବୁଝାଇଥିଲେ ଏବଂ ବନ୍ଦେମାତରମର ଏହି ୧୫୦ବର୍ଷ ପୂର୍ତ୍ତି ଅବସରରେ ଦେଶ ଭକ୍ତିର ଅଗ୍ନିଶିଖାକୁ ପୁନର୍ଜୀବିତ କରିବାକୁ ଉଦବୋଧନ ଦେଇଥିଲେ । ଏହି ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମର ଜିଲ୍ଲା କୋଡ଼ିନେଟର ରାଜ କୁମାର ମେହେର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସ୍ଵଦେଶୀ ଦ୍ରବ୍ୟ ବ୍ୟବହାର କରାଇବା ପାଇଁ ସଂକଳ୍ପ କରାଇଥିଲେ ଏବଂ ବନ୍ଦେମାତରମ୍ ୧୫୦ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମର ବିଧାନସଭା କୋଡ଼ିନେଟର ମଣ୍ଟୁ ସାହୁ, ଜୋନ ନଂ ୨ ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ, ପଳସାଗୋରା ସରପଞ୍ଚ ପ୍ରମୁଖ ମଞ୍ଚାସିନ ହୋଇଥିଲେ ।

ପିନାକଧର ରଣା ମଞ୍ଚ ପରିଚାଳନା କରିଥିଲେ ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ଗୋପାଲ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ବିଧାନସଭାର ୫ଟି ମଣ୍ଡଳର ମଣ୍ଡଳ ସଭାପତି ଅନିଲ ପ୍ରଧାନ, ଯୀଶୁ ପ୍ରଧାନ, ଶୁଭ୍ରାଂଶୁ ଡ଼ାଙ୍ଗ, ଶ୍ରୀକାନ୍ତ ଭୋଇ, ଶରତ କର୍ଣ୍ଣ, ପିନାକଧର ରଣା, ବରିଷ୍ଠ ବିଜେପି ନେତା ଗିରିଶ ଚନ୍ଦ୍ର ଦଳବେହେରା ପ୍ରମୁଖଙ୍କ ପ୍ରଚେଷ୍ଟାରେ ସମସ୍ତ ମଣ୍ଡଳରୁ ମଣ୍ଡଳର ଶକ୍ତିକେନ୍ଦ୍ର ପ୍ରମୁଖ, ସହ-ପ୍ରମୁଖ, ବୁଥ୍ ସଭାପତି, ସମ୍ପାଦକ ଏବଂ ଦଳର ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।