ମାଲକାନଗିରି, ୩୦/୧୧ : ମାଓ ବିରୋଧୀ ଅପରେସନ ଚାଲିଥିବା ବେଳେ ସୁରକ୍ଷାବାହିନୀକୁ ବଡ଼ ସଫଳତା। ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଓ ବିଜାପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୬ ନକ୍ସଲ ଗିରଫ। ଗିରଫ ହୋଇଥିବା ମାଓବାଦୀଙ୍କ ଠାରୁ ବିସ୍ଫୋରକ ସାମଗ୍ରୀ, ଟିଫିନ୍ ବୋମା, କୋର୍ଡେକ୍ସ ତାର ଓ ମାଓ ପ୍ରଚାର ପତ୍ର ଜବତ କରାଯାଇଛି।
ସୂଚନାନୁଯାୟୀ, ଛତିଶଗଡ଼ ବିଜାପୁର ଜିଲ୍ଲାରୁ ୧୩ ଜଣ ଓ ସୁକୁମା ଜିଲ୍ଲାରୁ ୩ ଜଣ ନକ୍ସଲ ପନ୍ଥୀ ଗିରଫ ହୋଇଛନ୍ତି। ଜାଗରକୋଣ୍ଡା ଏରିଆ କମିଟିର ୨ ଲକ୍ଷ ଟଙ୍କା ଇନାମୀ ନକ୍ସଲ ସମେତ ତିନି ଜଣ ନକ୍ସଲ ପନ୍ଥୀଙ୍କୁ ତରେମ ଥାନା ଅନ୍ତର୍ଗତ ବୁଡଗିଚେରୁ ଜଙ୍ଗଲରୁ ସୁରକ୍ଷା କର୍ମୀ ଗିରଫ କରିଛନ୍ତି। ସେହିପରି ଅବାପାଲ୍ଲୀର ଚାଟଲାପାଲ୍ଲୀ ଜଙ୍ଗଲରୁ ୫ ଜଣ ମିଲିସିଆ ଓ ୮ ଜଣ ହାର୍ଡକୋର୍ ମାଓବାଦୀଙ୍କୁ ଜଙ୍ଗଲା ଥାନା ଅଞ୍ଚଳରେ ଗିରଫ କରାଯାଇଛି।