ପ୍ରମୂଖ ଖବର
  • ସମ୍ବଲପୁର : ଯୁବକଙ୍କୁ ଛୁରୀ ଭୁସି ହତ୍ୟା
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ରେଜଲ୍ଟ; ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର
  • ||
  • ପାରାଦୀପ ପୁରୁଣା ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଗଲା ୪ଟି ବଗି
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ପରୀକ୍ଷା ଫଳ; neet.nta.nic.inରେ ରେଜଲ୍ଟ
  • ||
  • କୋଣାର୍କ ଯାତ୍ରୀ ନିବାସରେ ରଜ ପିଠା ଷ୍ଟଲ୍, ଦୋଳିରେ ଝୁଲିଲେ ପର୍ଯ୍ୟଟକ
  • ||
  • ବରଗଡ଼ : ଭେଉଁରିଆ ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲିପଡ଼ିଲା ସ୍ୱାମୀ
  • ||
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

୧୨୯ କ୍ରୀଡ଼ାବିତ୍‌ଙ୍କୁ ୧୭ ଲକ୍ଷ ୮୩ ହଜାର ୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ

Published By : Suraj Kumar | November 14, 2024 11:07 PM

ଭୁବନେଶ୍ୱର, (୧୪/୧୧):ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ମାନଙ୍କରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ସଫଳ କ୍ରୀଡ଼ାବିତ୍‌ ମାନଙ୍କୁ ଆଜି ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ବିଭାଗ ପକ୍ଷରୁ ୧୫ଟି କ୍ରୀଡା ବର୍ଗରେ ସର୍ବମୋଟ ୧୨୯ କ୍ରୀଡ଼ାବିତ୍‌ମାନଙ୍କୁ ୧୭ ଲକ୍ଷ ୮୩ ହଜାର ୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

 ମିଳିଥିବା ସୂଚନା ଅନୁଯାୟୀ, ଖୋଖୋ କ୍ରୀଡ଼ାବିତ୍‌ଙ୍କୁ ୩ ଲକ୍ଷ ୭୫ ହଜାର, ବୁଶୁ (Wushu) କ୍ରୀଡ଼ାବିତ୍‌ଙ୍କୁ ୧ ଲକ୍ଷ ୯୬ ହଜାର, କରାଟେ କ୍ରୀଡ଼ାବିତ୍‌ଙ୍କୁ ୩ ଲକ୍ଷ ୫୮ ହଜାର ୫୦୦ ଟଙ୍କା, ପେଂଚକ ସିଲେଟ (Pancak Silat) କ୍ରୀଡ଼ାବିତ୍‌ଙ୍କୁ ୨ ଲକ୍ଷ ୬୦ ହଜାର ଟଙ୍କା ପ୍ରଦାନ କରାଯାଇଛି।

 ସେହିପରି ଭାବେ ପାରା-ଆଥଲେଟିକ କ୍ରୀଡ଼ାବିତମାନଙ୍କୁ ୧ ଲକ୍ଷ ୧୭ ହଜାର ଟଙ୍କା, ବେସବଲ୍ କ୍ରୀଡ଼ାବିତ୍‌ଙ୍କୁ ୨୪,୫୦୦ ଟଙ୍କା, ତାଇକ୍ଵାଣ୍ଡୋ (Taekwondo) କ୍ରୀଡ଼ାବିତ୍‌ଙ୍କୁ ୯୮ ହଜାର ଟଙ୍କା, ମୁକବଧିର କ୍ରିକେଟ୍ (Deaf Cricket) କ୍ରୀଡ଼ାବିତ୍‌ଙ୍କୁ ୬୨ ହଜାର ୫୦୦ ଟଙ୍କା, ଜୁ-ଜିସ୍‌ଛୁ (Ju-Jitsu) କ୍ରୀଡ଼ାବିତ୍‌ଙ୍କୁ ୫୩ ହଜାର ଟଙ୍କା, ହ୍ୱିଲଚେୟାର ଫେନ୍‌ସିଙ୍ଗ (Wheel Chair Fencing) କ୍ରୀଡାବିତ୍‌ଙ୍କୁ ୭୦ ହଜାର ଟଙ୍କା, ପାରା ସନ୍ତରଣ କ୍ରୀଡ଼ାବିତ୍‌ଙ୍କୁ ୫୩ ହଜାର ଟଙ୍କା, ଭାରୋତ୍ତୋଳନ କ୍ରୀଡ଼ାବିତ୍ ଙ୍କୁ  ୪୪   ହଜାର ଟଙ୍କା, ସନ୍ତରଣ କ୍ରୀଡ଼ାବିତଙ୍କୁ  ୩୭,୦୦୦ ଟଙ୍କା,ପାରା-ବ୍ୟାଡ଼ମିଣ୍ଟନ କ୍ରୀଡ଼ାବିତଙ୍କୁ ୩୦ ହଜାର ଟଙ୍କା ଓ ଚେସ୍‌ ଖେଳାଳୀଙ୍କୁ ୫,୦୦୦ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

 ଆଜିର ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜର ଅଭିଭାଷଣରେ  ସେ ସମସ୍ତ କ୍ରୀଡାବିତ୍ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରତିଭାବାନ୍‌ କ୍ରୀଡାବିତ୍ ମାନଙ୍କୁ ପ୍ରୋତ୍ସାହନ ଦେବା ଦିଗରେ କ୍ରୀଡା ଓ ଯୁବସେବା ବିଭାଗର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ।

 ନିର୍ଦ୍ଦେଶକ ଶ୍ରୀ ଦାସ କହିଥିଲେ ଯେ, ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା କ୍ରୀଡା ପ୍ରତିଯୋଗିତା ମାନଙ୍କରେ ଆପଣମାନେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।ଏହା ଆମ ସମସ୍ତଙ୍କ ପାଇଁ ଖୁସିର ବିଷୟ ଏବଂ ଆଜିର ଦିନଟି କ୍ରୀଡାବିତ୍ ମାନଙ୍କର ସଫଳତା ନିମନ୍ତେ ଉତ୍ସର୍ଗୀକୃତ। ଆଗକୁ ମଧ୍ୟ ଆମ କ୍ରୀଡାବିତ୍ ମାନେ ବିଭିନ୍ନ ପ୍ରତିଯୋଗିତା ମାନଙ୍କରେ ପଦକ ହାସଲ କରି ଆମ ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଅର୍ଜନ କରିବେ ବୋଲି ମୋର  ଆଶା ଓ ବିଶ୍ୱାସ। ଏଥିସହ କ୍ରୀଡାର ଓ କ୍ରୀଡାବିତ୍ ମାନଙ୍କର ବିକାଶ ପାଇଁ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ କରାଯିବ ବୋଲି ସେ ମତପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇଥିବା କ୍ରୀଡାବିତ୍‌ମାନଙ୍କ ସମେତ ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.