ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

୧.୭୩ ଲକ୍ଷ କୋଟିର ଜିଏସ୍‌ଟି ଆଦାୟ, ୨୦୨୩ ସେପ୍ଟେମ୍ବର ତୁଳନାରେ ୬.୫% ଅଭିବୃଦ୍ଧି

ନୂଆଦିଲ୍ଲୀ ୦୨/୧୦: ଚଳିତବର୍ଷ ସେପ୍ଟେମ୍ବରରେ ଦେଶରେ ମୋଟ ୧.୭୩ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଆଦାୟ ହୋଇଛି । ଏହା ୨୦୨୩ ସେପ୍ଟେମ୍ବର ତୁଳନାରେ ୬.୫% ଅଧିକ । ଗତକାଲି ଜାରି ହୋଇଥିବା ସରକାରୀ ତଥ୍ୟରୁ ଏହା ଜଣାପଡ଼ିଛି ।

ଗତବର୍ଷ ସେପ୍ଟେମ୍ବରରେ ଦେଶରେ ମୋଟ ୧.୬୩ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା । ରିଫଣ୍ଡ ପରେ ସରକାରଙ୍କ ମୋଟ ଜିଏସ୍‌ଟି ଆଦାୟ ସେପ୍ଟେମ୍ବରରେ ୧.୫୩ ଲକ୍ଷ କୋଟି ଟଙ୍କା ରହିଛି । ଏହା ପୂର୍ବବର୍ଷ ସେପ୍ଟେମ୍ବର ତୁଳନାରେ ପ୍ରାୟ ୪% ଅଧିକ । ସୂଚନାଯୋଗ୍ୟ, ଚଳିତବର୍ଷ ଅଗଷ୍ଟରେ ଜିଏସ୍‌ଟି ଆଦାୟରେ ୧୦% ବୃଦ୍ଧି ଘଟିଥିଲା । ଆଲୋଚ୍ୟ ମାସରେ ମୋଟ ୧,୭୪,୯୬୨ କୋଟି ଟଙ୍କାର ଟିକସ ସଂଗ୍ରହ କରାଯାଇଥିଲା, ଯାହାକି ୨୦୨୩ ଅଗଷ୍ଟରେ ଥିଲା ୧,୫୯,୦୬୯ କୋଟି ଟଙ୍କା । ଚଳିତବର୍ଷ ଜୁଲାଇରେ ମୋଟ ୧,୮୨,୦୭୫ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା । ଚଳିତବର୍ଷ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ମୋଟ ୯.୧୩ ଲକ୍ଷ କୋଟି ଟଙ୍କାର ପରୋକ୍ଷ ଟିକସ ସଂଗ୍ରହ ହୋଇଛି ।

ଏହା ୨୦୨୩ ସମାନ ଅବଧି ତୁଳନାରେ ୧୦.୧% ଅଧିକ । ସୂଚନାଯୋଗ୍ୟ, ୨୦୨୩ କ୍ୟାଲେଣ୍ଡର ବର୍ଷର ସେପ୍ଟେମ୍ବର ପର୍ଯ୍ୟନ୍ତ ମୋଟ ୮.୨୯ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା । ୨୦୧୭ ଜୁଲାଇ ୧ରେ ଦେଶରେ ଏକକ ପରୋକ୍ଷ ଟିକସ ବ୍ୟବସ୍ଥା ଜିଏସ୍‌ଟିକୁ କାର୍ଯ୍ୟକାରୀ କରାଯାଇଥିଲା । ଗତ ସେପ୍ଟେମ୍ବର ୯ରେ ହୋଇଥିବା ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗଠିତ ଜିଏସ୍‌ଟି ପରିଷଦ ଏକ ମନ୍ତ୍ରୀଗୋଷ୍ଠୀ ଗଠନ କରିଛି । ଏହି ମନ୍ତ୍ରୀଗୋଷ୍ଠୀ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସ୍‌ଟି ହ୍ରାସ ଉପରେ ନିଷ୍ପତ୍ତି ନେବ । ଏହି ମନ୍ତ୍ରୀଗୋଷ୍ଠୀ ଅକ୍ଟୋବର ଶେଷ ସୁଦ୍ଧା ଏହାର ରିପୋର୍ଟ ଦାଖଲ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.