ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ପହଲଗାମ ଆତଙ୍କୀ ହମଲାରେ ସେନାର ବଡ଼ ଆକ୍ସନ , ଅନନ୍ତନାଗରେ ୧୭୫ ସନ୍ଦିଗ୍ଧଙ୍କୁ ନିଆଗଲା ହେପାଜତକୁ

Published By : Prameya | April 26, 2025 4:45 PM

ଶ୍ରୀନଗର : ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଆକ୍ସନ ମୁଡରେ ସୁରକ୍ଷା ବାହିନୀ। ଅନନ୍ତନାଗ ଜିଲ୍ଲାରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ପୂର୍ବକ ପଚରାପଚରି ପାଇଁ ପାଖାପାଖି ୧୭୫ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛନ୍ତି। ପୁଲିସ କହିଛି ଯେ, ଗତ ୪ ଦିନରୁ ଅନନ୍ତନାଗ ପୁଲିସ , ସେନା, କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆରପିଏଫ) ଓ ଅନ୍ୟ ଏଜେନ୍ସିଙ୍କ ମିଳିତ ଟିମ୍‌, ସନ୍ଦିଗ୍ଧ ଠିକଣା ଓ ସହାୟତା ନେଟୱର୍କକୁ ଟାର୍ଗେଟ୍‌ କରି ପୂରା ଜିଲ୍ଲାରେ ବ୍ୟାପକ ଘେରାବନ୍ଦୀ ଓ ତଲାସୀ ଅଭିଯାନ ଚଲାଉଛନ୍ତି। ପୁଲିସର ଏକ ବୟାନରେ କୁହାଯାଇଛି, ଏହି ଅଭିଯାନ ଗୁଡ଼ିକ ଅନୁସାରେ ,ପୂରା ଜିଲ୍ଲାରେ ଅନେକ ସ୍ଥାନରେ ଚଢଉ କରାଯାଇଛି। କଡ଼ା ସତର୍କତାର ସହ ଦିନରାତି ତଲାସୀ ଅଭିଯାନ ଚାଲିଛି। ଏବେସୁଦ୍ଧା ଆତଙ୍କବାଦୀ କାର୍ଯ୍ୟକଳାପରେ ସହାୟତା କରୁଥିବା ସାହାଯ୍ୟକାରୀ ନେଟୱର୍କକୁ ବନ୍ଦ କରିବାକୁ ପଚରାପଚରି ପାଇଁ ପାଖାପାଖି ୧୭୫ ସନ୍ଦିଗ୍ଧଙ୍କୁ ହେପାଜତକୁ ନିଆଯାଇଛି।

ଉଲ୍ଲେଖନୀୟ ଯେ, ଏହି ସପ୍ତାହର ଆରମ୍ଭରେ ଅନନ୍ତନାଗ ଜିଲ୍ଲାର ପ୍ରସିଦ୍ଧ ରିସର୍ଟ ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କୀ ହମଲାରେ ୨୬ ଜଣ ଲୋକଙ୍କ ଜୀବନ ଚାଲି ଯାଇଛି। ହମଲା ପରେ ସୁରକ୍ଷା ଏଜେନ୍ସି ଗୁଡ଼ିକ ଅନେକ ଜିଲ୍ଲାରେ ବଡ଼ ଧରଣର ଅଭିଯାନ ଚଲାଇଛନ୍ତି ଏବଂ ପଚରାପଚରି ପରେ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛନ୍ତି। ସେ କହିଛନ୍ତି ଯେ, ଅନନ୍ତନାଗରେ ସୁରକ୍ଷାକୁ ଆହୁରି ବଢାଇବା ପାଇଁ ସନ୍ଦିଗ୍ଧ କାର୍ଯ୍ୟକଳାପ ଗୁଡ଼ିକ ଉପରେ ନଜର ରଖିବା ଓ ସାର୍ବଜନିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୂରା ଜିଲ୍ଲାରେ ଅତିରିକ୍ତ ମୋବାଇଲ ବାହନ ଚେକ୍‌ ପଏଣ୍ଟ ( ଏମବିସିପି) ସ୍ଥାପିତ କରାଯାଇଛି। 

ପୁଲିସ କହିଛି- ଏହା ବ୍ୟତୀତ କୌଣସି ବି ସମ୍ଭାବିତ ଆତଙ୍କବାଦୀ ଉପସ୍ଥିତିକୁ ବନ୍ଦ କରିବା ଓ ଜିଲ୍ଲାକୁ ସୁରକ୍ଷିତ କରିବା ପାଇଁ ବିଶେଷ ରୂପେ ଘନ ଜଙ୍ଗଲରେ ଘେରାବନ୍ଦୀ ଓ ତଲାସୀ ଅଭିଯାନ (କାସୋ) , ଘନ ଘନ ଗସ୍ତ ଆରମ୍ଭ ହୋଇ ଯାଇଛି।  

ସୁରକ୍ଷା ବାହିନୀମାନେ ମଧ୍ୟ କାଶ୍ମୀରର ଗନ୍ଦେରବଲ ଜିଲ୍ଲାରେ ସତର୍କତା ବଢାଇ ଦେଇଛନ୍ତି। କାରଣ ଜିଲ୍ଲାର ପର୍ବତ ରେଞ୍ଜ ଅନନ୍ତନାଗ ସହ ଜଡ଼ିତ। ପୁଲିସ କହିଛି ଯେ, ବର୍ତ୍ତମାନର ସ୍ଥିତିକୁ ଦେଖି ବିପଦର ଆଶଙ୍କାକୁ ବନ୍ଦ କରିବା ପାଇଁ ଗନ୍ଦେରବଲ ପୁଲିସ ସେନା , ପାରା , ସିଆରପିଏଫ ଓ ସଶସ୍ତ୍ର ସୀମା ବାହିନୀ (ଏସଏସବି) ସହ ମିଶି ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛି ଏବଂ ବିଶେଷକରି ସେହି ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ କରିଛି, ଯେଉଁଠି ରାଷ୍ଟ୍ର ବିରୋଧୀ ତତ୍ତ୍ୱ ସମ୍ଭବତଃ ଶରଣ ନେଇ ପାରନ୍ତି ବା ଓଭର ଗ୍ରାଉଣ୍ଡ ୱାର୍କର୍ସ (ଓଜିଡବ୍ଲ୍ୟୁ) ଓ ଅନ୍ୟ ସମର୍ଥକଙ୍କ ସହ ଯୋଡ଼ି ହୋଇ ପାରନ୍ତି। ପୁଲିସ କହିଛି , ଏହି ଥର ସୁରକ୍ଷା ବାହିନୀ ଏକ ଦୃଢ ସୁରକ୍ଷା ପ୍ରଣାଳୀ ସ୍ଥାପିତ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.