ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଜୁଆ ଆଡ୍ଡାରେ ଚଢାଉ : ୧୮ ଗିରଫ, ୨ଲକ୍ଷ ଟଙ୍କା ଏବଂ ୨୧ ଗାଡି ଜବତ

Published By : Suraj Kumar | January 20, 2025 4:27 PM

ନୟାଗଡ, ୨୦।୧ : ନୟାଗଡ ଏବଂ ଗଞ୍ଜାମ ଜିଲ୍ଲା ସୀମା ଅଞ୍ଚଳରେ ଦୀର୍ଘ ଦିନ ଧରି ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ନୟାଗଡ ପୋଲିସ ଚଢାଉ କରିଛି । ଏହି ଜୁଆ ଆଡ୍ଡାରୁ ପୋଲିସ ୧୮ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣ ନାବାଳକଙ୍କୁ ଧରିଛି ।

ନୟାଗଡ ଜିଲ୍ଲାର ଓଡଗାଁ ଥାନା ଅର୍ଗତ ରୋହିବାଙ୍କ ନିକଟରେ ଥିବା କାଜୁ ଜଙ୍ଗଲରେ ଦୀର୍ଘଦିନ ହେଲା ଜୁଆ ଆଡ୍ଡା ଚାଲୁଥିଲା । ରବିବାର ଏ ସମ୍ପର୍କରେ ଏସପିଙ୍କ ପାଖକୁ ଖବର ଆସିବା ପରେ   ତାଙ୍କ ନିର୍ଦେଶରେ ନୟାଗଡ ପୋଲିସର ଏକ ଟିମ୍‌ ଏବଂ ଓଡଗାଁ ପୋଲିସ ମିଳିତ ଭାବେ ସେହି ସ୍ଥାନରେ ଚଢାଉ କରିଥିଲେ । ଚଢାଉ ସମୟରେ ଜୁଆଡିମାନେ ପୋଲିସକୁ ବିରୋଧ କରିଥିଲେ ମଧ୍ୟ ଟିମ୍‌ ୨୦ ଜଣଙ୍କୁ ଧରିଥିଲା ।

 ସେମାନଙ୍କ ଠାରୁ ୨ଲକ୍ଷ ୧୧ ହଜାରରୁ ଅଧିକ ଟଙ୍କା , ୨୧ଟି ମୋବାଇଲ୍‌ ଫୋନ୍‌ , ଛୁରି , ୪୭ ପ୍ୟାକେଟ୍‌ ତାସ୍‌ ଜବତ କରିଛି ପୋଲିସ । ଏହାସହିତ ଘଟଣାସ୍ଥଳରେ ଥିବା ୨ଟି କାର୍‌ , ଗୋଟିଏ ଅଟୋ , ୩ଟି ସ୍କୁଟି ଏବଂ ୧୫ଟି ବାଇକ୍‌ ଜବତ କରିଛି ପୋଲିସ । ଅଭିଯୁକ୍ତମାନଙ୍କ ମଧ୍ୟରେ ନୟାଗଡ ସଦରଥାନା ଅଞ୍ଚଳର ଜଣେ , ଓଡଗାଁ ଥାନା ଅଞ୍ଚଳର ୪ ଜଣ ଏବଂ ଗଞ୍ଜାମ ଜିଲ୍ଲା ବୁଗୁଡା , କବିସୂର୍ଯ୍ୟନଗର, ପୋଲସରା ଏବଂ ବେଲଗୁଣ୍ଠା ଥାନା ଅଞ୍ଚଳର ୧୫ଜଣ ରହିଥିବା ଏସ୍‌ପି କହଛନ୍ତି । ୧୮  ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ଏବଂ ଦୁଇ ନାବାଳକଙ୍କୁ ଜୁଭେନାଇଲ୍‌ କୋର୍ଟରେ ହାଜର କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ  ଏସ୍‌ପି. ଏସ୍‌. ସୁଶ୍ରୀ  ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.