ମାଲକାନଗିରି,୧୧।୧୧ (ଆପ୍ର ): ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇ ମସୁରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ଏକାଡେମୀରେ ତାଲିମ ନେଉଥିବା ୧୮ ଆଇଏଏସ୍ ପ୍ରଶିକ୍ଷାର୍ଥୀ ମାଲକାନଗିରି ଜିଲା ଗସ୍ତରେ ଆସିଛନ୍ତି । ସେମାନେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ସହ ସାକ୍ଷାତ କରିବା ପରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଏକ ବୈଠକ ରେ ଉପସ୍ଥିତ ରହି ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଏଥିସହ ମାଲକାନଗିରିର ଭୌଗଳିକସ୍ଥିତି, ଏ ଅଞ୍ଚଳର ସମସ୍ୟା, ଭାଷା ସମ୍ପର୍କରେ ଅବଗତ ହୋଇଥିଲ। କାର୍ଯ୍ୟ କ୍ଷେତ୍ରରେ ଏହି ବରିଷ୍ଠ ଅଧିକାରୀ ମାନେ କିଭଳି ଭାବେ ନିଜର କାର୍ଯ୍ୟଦକ୍ଷତା ପ୍ରତିବାଦନ କରିବେ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ୪ ଦିନ ଧରି ଏହି ୧୮ ପ୍ରବେସନାରୀ ଆଇଏଏସ୍ ଅଧୂକାରୀମାନେ ମାଲକାନଗିରି ଜିଲ୍ଲା ର ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ,ମାଥ୍ଲି ବ୍ଲକର ଧୁଙ୍ଗିଆପୁଟ, ଖଇରପୁଟ ବ୍ଲକର କୁଡୁମୁଲୁଗୁମ୍ମା, ଚିତ୍ରକୋଣ୍ଡା ବ୍ଲକର ଟୋନେଲ କ୍ୟାମ୍ପ ଆଦି ପଞ୍ଚାୟତରେ ବିଭିନ୍ନ ଆଦିବାସୀ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ସରକାରୀ ଯୋଜନା ଗୁଡିକ କିଭଳି ଲୋକଙ୍କ ନିକଟରେ ପହଞ୍ଚି ପାରିବ, ସମସ୍ୟା ଓ ସମାଧାନ ନେଇ ମଧ୍ୟ ସ୍ଥାନୀୟ ଆଦିବାସୀଙ୍କ ସହ ଆଲୋଚନା କରିବେ । ଗ୍ରାମାଞ୍ଚଳର ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ ଭଳି ମୌଳିକ ସୁବିଧା ଗୁଡିକ ଅପହଞ୍ଚ ଅଞ୍ଚଳରେ କିଭଳି ଭାବେ ପହଞ୍ଚି ପାରିବ ସେ ନେଇ ଲୋକ ପ୍ରତିନିଧୂ ଓ ସ୍ଥାନୀୟ ଜନତାଙ୍କ ସହ ଆଲୋଚନା କରିଛନ୍ତି।