ପ୍ରମୂଖ ଖବର
  • ପର୍ଯ୍ୟଟକଙ୍କ ପାଇଁ ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଖଣ୍ଡପଡ଼ା: ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ସଂଜ୍ଞାହୀନ ହେବା ଘଟଣା, ନିଲମ୍ବିତ ହେଲେ ସହକାରୀ ଶିକ୍ଷକ
  • ||
  • ସମ୍ବଲପୁର: କ୍ରିକେଟ ଖେଳିବା ବେଳେ ଅଘଟଣ, ଛାତିରେ ବଲ ବାଜି ଚାଲିଗଲା ଛାତ୍ରଙ୍କ ଜୀବନ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାହାଡା ଉଠା ମହାସ୍ନାନ, ଗର୍ଭଗୃହରେ ସୁଆର ବଡୁ ସେବକଙ୍କ ଗୋଡ ଖସି ଯାଇ ରକ୍ତ ପଡ଼ିବାରୁ ମହାସ୍ନାନ
  • ||
  • ଢେଙ୍କାନାଳ: ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଠକେଇ କରିଥିବା ଅଭିଯୁକ୍ତ ଗିରଫ, ଜମି ପାଇଁ ନେଇଥିଲେ ୨୫ ଲକ୍ଷ ଟଙ୍କା
  • ||
  • ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍‌ ବ୍ୟବହାର ହେବ, ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ: ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ, ପୁଲିସ ଛାନ୍‌ଭିନ୍।
  • ||
  • ସୁନ୍ଦରଗଡ଼: ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ, ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ
  • ||
  • କାଉଡ଼ିଆ ଯାତ୍ରା ହେଲା ଶେଷଯାତ୍ରା ; ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ
  • ||
  • ବୁଧବାର ଶ୍ରୀବିଗ୍ରହଙ୍କ ହେବ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଚୀନର ରାଜଧାନୀ ବେଜିଂରେ ପ୍ରବଳ ବର୍ଷା, ଅତିକମ୍‌ର ୩୦ ମୃତ
  • ||
  • ବିଶ୍ୱ ବ୍ୟାଘ୍ର ଦିବସ, ବାଘ ବଂଶ ବିସ୍ତାର କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ପାଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ
  • ||
  • ଆଣ୍ଡାମାନ ନିକୋବର ଦ୍ବୀପରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ,ମିଳିନି କ୍ଷୟକ୍ଷତି କୌଣସି ସୂଚନା
  • ||
  • କ୍ଷେତ ଖାଲି ହେଲେ ଧାନ ବିକିବାକୁ ପଞ୍ଜିକରଣ, ଲକ୍ଷେ ୮୧ ହଜାର ଚାଷୀଙ୍କୁ ନୋଟିସ୍, ସାଟେଲାଇଟ୍ ସର୍ଭେରେ ଧରାପଡିଲେ
  • ||
  • ଲୋକସଭା ପରେ ଆଜି ରାଜ୍ୟସଭାରେ ହେବ 'ଅପରେସନ୍ ସିନ୍ଦୂର' ବିତର୍କ, ଭାଗ ନେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭାରତର ପ୍ରଥମ ମହିଳା ଚେସ୍ ବିଶ୍ୱକପ୍ ଚମ୍ପିଆନ ଦିବ୍ୟା ଦେଶମୁଖ, ଟ୍ରାଇବ୍ରେକରରେ କୋନେରୁ ହମ୍ପିଙ୍କୁ ହରାଇଲେ
  • ||
  • ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଟ୍ରମ୍ପଙ୍କ ଅସନ୍ତୋଷ, କହିଲେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ହେବ
  • ||
  • ଏଏସ୍‌ଆଇକୁ କ’ଣ ଦଣ୍ଡ ମିଳିବ ? "ଏକ୍ସ’ରେ ଶ୍ରୀମନ୍ଦିର, ରତ୍ନଭଣ୍ଡାର ଫଟୋ ଅପଲୋଡ୍‌ ପରେ ଉଡ଼େଇ ଦେଲେ...
  • ||
  • ଆମେରିକାରେ ୫ ଜଣଙ୍କୁ ଗୁଳି କରି ହତ୍ୟା, ନ୍ୟୁୟର୍କର ମିଡଟାଉନ୍ ମାନହାଟନ୍‌ରେ ଫାୟାରିଂ
  • ||
  • ଭାରତର ବଡ଼ ବିଜୟ, ୟମେନରେ କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟଦଣ୍ଡ ପ୍ରତ୍ୟାହାର
  • ||
  • ମଙ୍ଗଳବାର କାଁ ଭାଁ ବର୍ଷା, ବୁଧବାରଠୁ ଶୁଖିଲା ପାଗ: ମୟୂରଭଞ୍ଜରେ ଅଧିକ ବର୍ଷା ଆଶଙ୍କା, ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

କାଉଡ଼ିଆ ଯାତ୍ରା ହେଲା ଶେଷଯାତ୍ରା ; ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ

Published By : Ankita S | July 29, 2025 10:01 AM

ରାଞ୍ଚି,୨୯/୦୭: ମହାଦେବଙ୍କୁ ଜଳଲାଗି କରି ଫେରିବା ବେଳେ ସଡ଼କ ଦୁର୍ଘଟଣା । କାଉଡିଆ ଯାତ୍ରା ହେଲା ଶେଷଯାତ୍ରା । ଝାଡଖଣ୍ଡ ଦେଓଗଡ଼ ମହାନପୁର ଥାନା ଜାମୁନିଆ ଜଙ୍ଗଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାଉଡିଆଙ୍କୁ ନେଇ ଯାଉଥିଲା ଏକ ବସ୍‌କୁ ଟ୍ରକ୍ ପିଟିଦେବା ଫଳରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ୨୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା ନେଇ ନେଇ ସୂଚନା ଦେଇଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ ।

ଭୋର୍ ପ୍ରାୟ ୪ଟା ୩୦ମିନିଟ୍‌ରେ ମୋହନାପୁର ଥାନା ଜାମୁନିଆ ଜଙ୍ଗଲ ନିକଟ ରାସ୍ତାରେ ଦୁର୍ଘଟଣା ଘଟିଛି । ବାବା ବୈଦନାଥଙ୍କୁ ଜଳଲାଗି କରି କାଉଡ଼ିଆକୁ ନେଇ ଏକ ବସ୍ ଫେରୁଥିଲା । ଗ୍ୟାସ ସିଲିଣ୍ଡର ଭର୍ତ୍ତି ଏକ ଟ୍ରକ ବସ୍‌କୁ ଧକ୍କା ଦେବା ଫଳରେ ୧୮ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ୨୦ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ପହଞ୍ଚି ରେସ୍କ୍ୟୁ କାର୍ଯ୍ୟ ଆରମ୍ଭ କରିଛନ୍ତି । ସ୍ଥାନୀୟ ଲୋକଙ୍କ ସହୟତାରେ ଆମ୍ବୁଲାନ୍ସରେ ଆହତଙ୍କୁ ମୋହନପୁର ସିଏଚ୍‌ସିକୁ ପଠାଯାଇଛି । 

ଜଣେ ପୁଲିସ ଅଧିକାରୀ କହିଛନ୍ତି, ଟ୍ରକ୍‌ଟି ବସ୍‌କୁ ଏତେ ଜୋରରେ ଧକ୍କା ଦେଇଛି କି, ''ବସ୍‌ର ସାମ୍ନା ପଟ ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଛି । ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟମାନେ ଡ଼ାକ୍ତରଖାନାରେ  ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ।''  ପ୍ରଥମେ ମୃତ୍ୟୁକଙ୍କ ସଂଖ୍ୟା ୫ ନେଇ ଖବର ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ୧୮କୁ ବୃଦ୍ଧି ହୋଇଥିଲା । ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଚିକିତ୍ସା ଜାରି ରହିଛି । 

ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ଗୋଡା ସାଂସଦ ନିଶିକାନ୍ତ ଦୁବେ । ବାବା ବୈଦନାଥ ସେମାନଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦେଓଗଡ଼ର ବାବାଧାମରେ ଶ୍ରାବଣ ମାସର ତୃତୀୟ ସୋମବାର ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା । ଦେଓଗଡ଼ ଯାହାକୁ ବୈଦନାଥ ଧାମ ନାମରେ ଜଣାଯାଏ । ଏଠାରେ ପ୍ରତିବର୍ଷ ଶ୍ରାବଣ ମାସରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ମହାଦେବଙ୍କୁ ଜଳ ଲାଗି କରିବାକୁ ଆସିଥାନ୍ତି । ଦେଓଗଡ଼ଙ୍କ ଦେବତାଙ୍କ ନିବାସ ସ୍ଥାନ ବୋଲି ବିଶ୍ୱାସ କରାଯାଏ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.