ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଗ୍ରାହକଙ୍କୁ ଆଶ୍ୱସ୍ତି; ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦର, ଜାଣନ୍ତୁ ନୂଆ ଦର

Published By : Ankita S | July 1, 2025 9:14 AM

ନୂଆଦିଲ୍ଲୀ,୦୧/ ୦୭: ପହିଲାରୁ ଉପଭୋକ୍ତାଙ୍କ ପାଇଁ ଆସିଲା ଖୁସି ଖବର । ଦରଦାମରୁ ମିଳିଲା ଆଶ୍ୱସ୍ତି । କମିଲା ଗ୍ୟାସ ଦର । ତୈଳ ମାର୍କେଟିଂ କମ୍ପାନୀ ୧୯କେଜି ଏଲପିଜି ସିଲିଣ୍ଡର ଦର କମାଇଛନ୍ତି । ଆଜିଠୁ ଏହି ନୂଆ ଦର ଲାଗୁହେବ । ୧୯କେଜି କମର୍ସିଆଲ ଗ୍ୟାସ ଦର ପ୍ରାୟ ୬୦ ଟଙ୍କା ଶସ୍ତା ହୋଇଛି । ଘରୋଇ ସିଲିଣ୍ଡର ଅର୍ଥାତ ୧୪ କିଲୋ ଏଲପିଜି ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଶସ୍ତା ହେବା ପରେ ନୂଆ ନିୟମ- ଆଇଓସିଏଲ ୱେବସାଇଟ୍ ମୁତାବିକ୍‌, ଜୁଲାଇ ୧ ଅର୍ଥାତ୍ ଆଜିଠୁ ସଂଶୋଧିତ ଦଲ ଲାଗୁ ପରେ ୧୭୨୩ ଟଙ୍କା ୫୦ ପଇସା ଥିବା କମର୍ସିଆଲ ଏଲପିଜି ସିଲିଣ୍ଡର କମି ୧୬୬୫ ଟଙ୍କା ହୋଇଛି । ଏହି ହିସାବରେ କମ୍ପାନୀ ସିଲିଣ୍ଡର ପ୍ରତି  ୫୮.୫୦ ପଇସା କମ୍ ହୋଇଛି । ନୂଆ ଦର ଅନୁସାରେ କୋଲକାତାରେ ୧୦ କେଜି ଏଲପିଜି ଦର ୧୮୨୬ ଟଙ୍କାରୁ କମି ୧୭୬୯ ହୋଇଛି । ମୁମ୍ବାଇରେ ୧୬୭୪.୫୦ ଟଙ୍କାରୁ ୧୬୧୬.୫୦ ଟଙ୍କା ହୋଇଛି । ସେହିପରି ଚେନ୍ନାଇରେ ୧୮୮୧ ଟଙ୍କାରୁ ୧୮୩୨.୫୦ ଟଙ୍କା ହୋଇଛି ।  ଏହାପୂର୍ବରୁ ଜୁନ୍‌ରେ ଏଲପିଜି ସିଲିଣ୍ଡର ଦର ୨୪ ଟଙ୍କା କମିଥିଲା । ତୈଳ କମ୍ପାନୀ ପ୍ରତିମାସ ପହିଲାରେ ଦାରଦାମର ସମୀକ୍ଷା କରିଥାଏ । ୧୯ କେଜି ଗ୍ୟାସ ସିଲିଣ୍ଡର କମିବା ହୋଟେଲ, ରେଷ୍ଟୁରାଣ୍ଟ, ଢାବା ଏବଂ ଅନ୍ୟ ବ୍ୟବସାୟିକ ସଂସ୍ଥାକୁ ଆଶ୍ୱସ୍ତି ମିଳିଛି ।

ଘରୋଇ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ କମିନାହିଁ -ଗୋଟିଏ ପଟେ କମର୍ସିଆଲ ଗ୍ୟାସ ଦର କମିଛି ହେଲେ ଘରୋଇ ଗ୍ୟାସ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦର ୨୦୨୫ ଏପ୍ରିଲ ୮ ପରଠୁ  ବଦଳିନାହିଁ । ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡର ଦର ୮୫୨.୫୦ ଟଙ୍କା ଓ ଚେନ୍ନାଇରେ ୮୬୮.୫୦ ଟଙ୍କା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.