ଗାନ୍ଧିନଗର,୦୨/୧୦: ଭାରତ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ । ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି । ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଓ୍ବେଷ୍ଟଇଣ୍ଡିଜ୍ । ତେଣୁ ପ୍ରଥମେ ବୋଲିଂ କରୁଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚ୍ ୨ ତାରିଖ ଅର୍ଥାତ୍ ଆଜିଠୁ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିଅନ୍ସସିପ୍‌ରେ ଇଣ୍ଡିଆ-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଏହା ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସରିଜ୍ । ଅଧିନାୟକ ଶୁବମନ ଗିଲ୍ ଶୄଙ୍ଖଳା ଜିତି ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଚେଷ୍ଟା କରିବ । ସେପଟେ ରୋଷ୍ଟନ ଚେସଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇଥିବା କାରବିୟାନ ଦଳ ମଧ୍ୟ ମ୍ୟାଚ୍ ଜିତିବାକୁ ପ୍ରୟାସ କରିବ ।

ଭାରତୀୟ ଦଳ ଚୂଡ଼ାନ୍ତ ଏକାଦଶ:

ଯଶସ୍ୱୀ ଜସ୍ୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଶୁବମାନ ଗିଲ (ଅଧିନାୟକ), ଧ୍ରୁବ ଜୁରେଲ (ଓ୍ବିକେଟ୍ କିପର), ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ନୀତୀଶ କୁମାର ରେଡ୍ଡୀ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି ।

ଓ୍ବେଷ୍ଟ ଇଣ୍ଡିଜ୍ ଚୂଡ଼ାନ୍ତ ଏକାଦଶ:

ଟାଗେନରାଇନ୍ ଚାନ୍ଦପାଲ୍, ଜନ୍ କ୍ୟାମ୍ପବେଲ, ଆଲିକ୍ ଆଥାନାଜେ, ବ୍ରେଣ୍ଡନ୍ କିଙ୍ଗ, ଶାଇ ହୋପ୍ (ଓ୍ବିକେଟ୍ କିପର), ରୋଷ୍ଟନ୍ ଚେଜ୍ (ଅଧିନାୟକ), ଜଷ୍ଟିନ ଗ୍ରୀଭସ୍, ଜୋମେଲ ୱାରିକାନ୍, ଖାରି ପିଅର, ଜୋହାନ ଲେନ୍, ଜୟଡେନ ସିଲ୍ସ