କଣ୍ଟାବାଞ୍ଜି,୩୦।୬ :   ତୁରେଇକେଲା ଯିବା ରାସ୍ତାର ନୂଆ ବସଷ୍ଟାଣ୍ଡ ପଛପଟ ଏକ ପରିତ୍ୟକ୍ତ କୂଅରେ ରବିବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । କୂଅରୁ ମୃତଦେହ  ପୋଲିସ ଏବଂ ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର ହେବା ପରେ ପରିବାର ଲୋକ ଚି଼ହ୍ନଟ କରିଥିଲେ। ମୃତକ ଜଣକ ହେଲେ ଡୁମେରଚୁଆ ଗାଁର କୁଞ୍ଜ ମାଝୀ ।  ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି।

ଗତକିଛି ଦିନ ତଳେ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଡୁମେରଚୁଆ ଗାଁର କୁଞ୍ଜ ମାଝୀ ରାତିରେ ଘରେ ଥିବାବେଳେ ତାଙ୍କ ପାଖକୁ ଏକ ଫୋନ କଲ ଆସିଥିଲା। ପରେ ସେ ରାତିରେ ଘରୁ ବାହାରି ଚାଲିଯାଇଥିଲେ ।  ପରେ ସେ ଘରକୁ ନ ଫେରିବାରୁ ପରିବାର ଲୋକ ବହୁତ ଖୋଜା ଖୋଜି କରି ନପାଇବାରୁ ଶେଷରେ ଥାନରେ ଏକ ନିଖୋଜ ଅଭିଯୋଗ କରିଥିଲେ।, ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରୁଥିବାବେଳେ ରବିବାର କୂଅରେ ଏକ ମୃତ ଦେହ ଭାସୁଥିବା ଜଣାପଡିଥିଲା। ପରେ ମୃତ ଦେହ ପରିବାର ଲୋକ ଚିହ୍ନିବା ପରେ କୁଞ୍ଜ କୁ ହତ୍ୟାକରି କୂଅରେ ଫିଙ୍ଗିଦେଇଥିବା ପରବାର ଲୋକ ଅଭିଯୋଗ କରିଛନ୍ତି । ତେବେ ପୋଲିସ ତଦନ୍ତ କରି୨ ଜଣକୁ ଗିରଫ କରିଛି।  ୨ ଜଣ ହେଲେ ଡୁମେରଚୁଆ ଗାଁର ଶ୍ୱେତ ନାଗ ଓ ଶଙ୍କର ଖରସେଲ।  

, ତେବେ ଏହି ଦୁଇଜଣକୁ ପୋଲିସ ନେଇ କିଭଳି ହତ୍ୟାକାଣ୍ଡ ଭିଆଇଥିଲେ ଘଟଣା ସ୍ଥଳରେ ପହଁଚି ସିନ କ୍ରିଏସନ କରିଥିଲେ।  ଏକ ଲୁହା ପାଇପ ସାହାଯ୍ୟର ଅଭିଯୁକ୍ତ ମାନେ କୁଞ୍ଜକୁ ନିର୍ମମ ଭାବେ ହତ୍ୟା କରିଥିଲେ। ପରେ ଅଭିଯୁକ୍ତ ଦ୍ୱୟ ସର୍ଗି ଗୁଡା ଜଙ୍ଗଲକୁ ଯାଇ ନିଜ ପ୍ୟାଣ୍ଟ ସାର୍ଟକୁ ପୋଡିଦେଇଥିଲେ। ବିର୍ନା ଗାଁରେ ମୋବାଇଲ ଗୁଡିକୁ ଭାଙ୍ଗି ଦେଇ ଲୁହା ପାଇପକୁ ମଧ୍ୟ ଫିଙ୍ଗି ଦେଇଥିଲେ।  କେଉଁ କାରଣରୁ ଏହି ହତ୍ୟା କାଣ୍ଡ ଘଟିଛି ସେ ସମ୍ପର୍କରେ ପୁଲିସ ସୂଚନା ଦେଇ ନାହିଁ। ଏହି ସିନ କ୍ରିଏସନରେ ଏସଡିପିଓ ଲକ୍ଷ୍ମୀ ନାରୟଣ ମାରାଣ୍ଡି, ଥାନା ଅଧିକାରୀ ରଶ୍ମିତା ବେହେରା, ବଙ୍ଗୋମୁଣ୍ଡା ଥାନା ଅଧିକାରୀ ଏବଂ କଣ୍ଟାବାଞ୍ଜି ଥାନାର ସମସ୍ତ କର୍ମଚାରୀ ଓ  ଅଧିକାରୀ ସାମିଲ ଥିଲେ।