ଫିରିଙ୍ଗିଆ, ୨୧/୩ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳ ସୁମେରୁ ବନ୍ଧ ପଞ୍ଚାୟତ ରିବି ଲଦା ଗାଁରୁ ଗତ ଦଶ ତାରିଖ ରାତିରେ  ଚୋରି ହୋଇଥିଲା।  ଏହି ଘଟଣାରେ ଫିରିଙ୍ଗିଆ ପୁଲିସ ୨ ଜଣଙ୍କୁ ଗିରଫ କରିଛି।  ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ଘଣ୍ଟା ପଡା ଥାନା ରିଙ୍ଗିପଡା ଗାଁର ସୁବାସ ରଣା ଓ କଳାହାଣ୍ଡି ଜିଲ୍ଲା ଗୋଲା ମୁଣ୍ଡା ଥାନା ଯୋଗୀ ପଡା ଗାଁର ଶଶୀକାନ୍ତ ରଣା।  ଉଭୟ ସମ୍ପର୍କରେ  ଶାଳକ ଓ ଭିଣୋଇ। ଚୋରିରେ ବ୍ୟବହୃତ ବାଇକ, ଦୁଇଟି ମୋବାଇଲ ଓ ଅନ୍ୟାନ୍ୟ ସରଞ୍ଜାମ ଜବତ କରିଛି l

ସୁମେରୁ ବନ୍ଧ ପଞ୍ଚାୟତ ରିବି ଲଦା ଗାଁର ସୁଧୀର ରଣା ଦଶ ତାରିଖ ରାତିରେ କାନ୍ଥ ଖୋଳି ସୁନା ଗହଣା ସହ ଟଙ୍କା ଓ ଲୁଗା ପଟା ଚୋରି ହୋଇଥିଲା। ଏ  ନେଇ ସେ  ଫିରିଙ୍ଗିଆ ଥାନାରେ ୧୧ ତାରିଖରେ ଅଭିଯୋଗ କରିଥିଲେ l ଏହାକୁ ଗୁରୁତ୍ୱ ଦେଇ ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୀ ଧର ସାହୁ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହ ରାସ୍ତାର ବିଭିନ୍ନ ଅଞ୍ଚଳରେ ଲାଗିଥିବା ସିସି ଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଥିଲେ।  ଏକ ସ୍ୱତନ୍ତ୍ର ଟିମ ବୌଦ୍ଧ ଜିଲ୍ଲା ଘଣ୍ଟା ପଡା ଥାନା ରେଙ୍ଗା ପଡା ଗାଁକୁ ଯାଇ ବୌଦ୍ଧ ଜିଲ୍ଲା ଘଣ୍ଟା ପଡା ଥାନା ରିଙ୍ଗିପଡା ଗାଁର ସୁବାସ ରଣା ଓ କଳାହାଣ୍ଡି ଜିଲ୍ଲା ଗୋଲା ମୁଣ୍ଡା ଥାନା ଯୋଗୀ ପଡା ଗାଁର ଶଶୀକାନ୍ତ ରଣାଙ୍କୁ ଗିରଫ କରିଥିବା ବେଳେ ଉଭୟେ ଶଳା ଭିଣୋଇ ବୋଲି ପୋଲିସ ସୂଚନା ଦେଇଛି l ରିଙ୍ଗି ପଡା ଗାଁର ସୁବାଷ ରଣାଙ୍କ ଘରୁ ୨ ଟି ସୁନା ହାର, ୨ ଟି କଂସା ବାସନ, ୨ ଟି ମୋବାଇଲ, ଚୋରି ରେ ବ୍ୟବହୃତ ବାଇକ ଜବତ କରିଥିଲା l

ପୂର୍ବରୁ ସୁଧୀର ରଣା ଘରେ ଏକ ଜନ୍ମ ଦିନ ପାଳନ ହେଉଥିଲା।  ସୁବାଷ ରଣା ରିବି ଲଦା ଆସିଥିଲା।  ସୁଧୀର ରଣା ଙ୍କ ପରିବାରରେ ମହିଳାମାନେ ସୁନା ଗହଣା ପିନ୍ଧିଥିବା ଦେଖିଥିଲେ। ଯୋଜନା  ମୁତାବକ ତାଙ୍କ ଶାଳକକୁ ଧରି ଏକ ବାଇକରେ ଦଶ ତାରିଖରେ ଆସି କାନ୍ଥକୁ ଏକ ଶେଣୀ ସାହାଯ୍ୟରେ ଖୋଳିଥିଲେ।  ଘର ଭିତରେ ପଶି ପ୍ରାୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ଦୁଇ ଟି ସୁନା ହାର ଏବଂ ନଗଦ ଟଙ୍କା ଆଉ ଲୁଗା ପଟା ଧରି ଫେରାର ହୋଇଥିଲେ l  ସୁବାଷ ରଣା ଓ ଶଶୀକାନ୍ତ ରଣାଙ୍କୁ କୋର୍ଟ ଚାଲାଣ କରିଥିବା ଫିରିଙ୍ଗିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି l