ବୌଦ୍ଧ,୧୧।୧ : ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୋଇଁ ହେଉଥିଲେ। ନିଆଁ ପୋଇଁବା ହେଲା କାଳ। ଅସାବଧାନତା ଯୋଗୁ ନିଆଁ ଲାଗିଯିବାରୁ ଜଳିଗଲେ ୨ ନାବାଳକ। ବୌଦ୍ଧ ଜିଲ୍ଲା ସଦର ବ୍ଲକ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଳାକିରା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ୨ ନାବାଳକ ହେଲେ କ୍ରୀଷ୍ଣା ଊର୍ମା ଓ କ୍ରୀଷ୍ଣା ଭୋଇ।

ହରଭଙ୍ଗା ବ୍ଲକ ବସନ୍ତବାହଲ ଗ୍ରାମର ସଂଜିତ ଉର୍ମାଙ୍କ ପୁଅ କ୍ରୀଷ୍ଣା ଊର୍ମା ବଳାକିରା ଗ୍ରାମରେ  ଥିବା ନିଜ ସମ୍ପର୍କୀୟ ଘରକୁ  ଆସିଥିଲେ।  ସନ୍ଧ୍ୟା ସମୟରେ ବଲାକୀରା ଗ୍ରାମର ସୁବଳ ଭୋଇ ଙ୍କ ପୁଅ କ୍ରୀଷ୍ଣା ଭୋଇ ଙ୍କ ସାଙ୍ଗରେ ନିକଟସ୍ଥ ପାଲ ଗଦା ସମ୍ମୁଖରେ ନିଆଁ ପୋଇଁ ହେଉଥିଲେ।   ଅସାବଧାନତା ହେତୁ ଉଭୟ ନିଆଁ ରେ ପୋଡ଼ି ହୋଇଯାଇଥିଲେ। ଏଥିରେ ଉଭୟ ଗୁରୁତର ହୋଇଥିଲେ। ଏହି ଦୁଇ ନାବାଳକଙ୍କ ମୃତଦେହକୁ ଗ୍ରାମବାସୀ ଉଦ୍ଧାର କରି ବାଉଁଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।  ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲା। ଘଟଣା ସ୍ଥଳରେ ବାଉଁଶୁଣୀ ପୋଲିସ ପହଞ୍ଚି ତଦନ୍ତ କରୁଛି।