ପାଟଣାଗଡ,୨।୨ : ମୋବାଇଲ ଧରି ଖେଳୁଥିବା ବେଳେ ବ୍ୟାଟେରୀ ଫାଟି ଯିବାରୁ ୨ ଶିଶୁ ଗୁରୁତର ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ପାଢ଼େଲ ଗ୍ରାମରେ ଏହି ଘଟଣା ଘଟିଛି। ଗୁରୁତର ୨ ଶିଶୁଙ୍କୁ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଦୁଇଶିଶୁ ହେଲେ ଜଗା ସରାଫ ଓ ସଂଜୀବ ଦଳେଇ।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ପାଢ଼େଲ ଗ୍ରାମର ଜଗା ଓ ସଞ୍ଜୀବ  ମୋବାଇଲ ଧରି ଖେଳୁଥିଲେ। ହଠାତ  ମୋବାଇଲ ବ୍ୟାଟେରୀ  ବିସ୍ପୋରଣ ହେବାରୁ  ଦୁଇ ଶିଶୁ ଗୁରୁତର ହୋଇଥିଲେ। ଦୁଇ ଶିଶୁ ଙ୍କୁ ପରିବାରଲୋକ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସାପାଇଁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି।ପାଟଣାଗଡ଼ ପୋଲିସ ଡାକ୍ତରଖାନା ଓ ଘଟଣାସ୍ଥଳ ରେ ପହଞ୍ଚି ଘଟଣା ତଦନ୍ତ ଜାରି ରଖିଛି।