କଣ୍ଟାମାଳ, ୮।୧୦ : ବୌଦ୍ଧ ଜିଲ୍ଲା ଅବକାରୀ ମୋବାଇଲ୍ ସ୍କ୍ୱାଡ୍ ମନମୁଣ୍ଡା ଥାନା ଗବଜୋର ତେଲ ନଦୀ ବ୍ରିଜ ଛକ ନିକଟରେ   ଦୁଇଟି କାର ଯାଞ୍ଚ କରି  ଗଞ୍ଜେଇ ଜବତ କରିଛି। ୨ଟି କାରରୁ ମୋଟ ୪୧ କେଜି ଗଞ୍ଜେଇ ଜବତ କରିଛି।  ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୌଦ୍ଧ ଜିଲ୍ଲା ଅବକାରୀ ମୋବାଇଲ୍ ସ୍କ୍ୱାଡ ଗବଜୋର ତେଲ ନଦୀ ବ୍ରିଜ ଛକ ନିକଟରେ କାର ଯାଞ୍ଚ କରିଥିଲେ। ଗୋଟିଏ  କାରରୁ ୨୧ କେଜି ଓ ଅନ୍ୟ ଏକ କାରରୁ ୨୦ କେଜି ଗଞ୍ଜେଇ ଜବତ କରିଥିଲେ।