ଭୁବନେଶ୍ଵର, ୧୯/୦୧ : ଭୁବନେଶ୍ଵର ହୋଟେଲ ସ୍ୱସ୍ତି ପ୍ରିମିୟମରେ ଆରମ୍ଭ ହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ୨ ଦିନିଆ ଚିନ୍ତନ ଶିବିର। ଓଡ଼ିଶାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଏହି କାର୍ଯ୍ୟକ୍ରମକୁ ଭଦଘାଟନ କରିଛନ୍ତି। ଏହି ଶିବିରରେ ଭାରତର ୨୮ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାରୁ ବିଶେଷଜ୍ଞ ପ୍ରତିନିଧିମାନେ ଯୋଗ ଦେଇଛନ୍ତି।
ଏହି ଚିନ୍ତନ ଶିବିରରେ ସମୁଦାୟ ୬ଟି ଅଧିବେଶନ ରହିଛି। ମୁଖ୍ୟତଃ ବିଭିନ୍ନ ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଅଗ୍ରଗତି, ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଲକ୍ଷ୍ୟ ଏବଂ ପଦ୍ଧତି, ଆୟୁଷ୍ମାନ ଯୋଜନାରେ ଠକାମି ଓ ଜାଲିଆତି-ନିରୋଧ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବାରେ କୃତିମ ବୁଦ୍ଧିମତା(ଏ.ଆଇ)ର ପ୍ରୟୋଗ, ହସ୍ପିଟାଲମାନଙ୍କ ନିମନ୍ତେ ଜାତୀୟ ଗୁଣାତ୍ମକମାନ ଅଧିସ୍ବୀକୃତି (ଏନ୍.ଏ.ବି.ଏଚ), ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ଡିଜିଟାଲ ଏକାଡେମୀ ଆଦି ବିଷୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳୱାରୀ ମଧ୍ୟ ସମୀକ୍ଷା ହେବ। ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଆର୍ଥିକ ପରାମର୍ଶଦାତା, ଘୟାମ ଭଦ୍ଦିନ୍ ଅହମ୍ମଦ, ଯୁଗ୍ମ ଶାସନ ସଚିବ ତଥା ଡିଜିଟାଲ ମିଶନ ପରିଚାଳନା ନିର୍ଦ୍ଦେଶକ କିରନ ଗୋପାଳ ଭାସ୍ତା, ଯୁଗ୍ମ ଶାସନ ସଚିବ ଜ୍ୟୋତି ଯାଦବଙ୍କ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୧୯ ଜଣ ପ୍ରତିନିଧି ଓ ବିଶେଷଜ୍ଞମାନେ ଏଥିରେ ଯୋଗ ଦେଇଛନ୍ତି।
ଏହି ଖବରଟିକୁ ପଢନ୍ତୁ- ଓଡ଼ିଶାରୁ ଅଯୋଧ୍ୟା ଯିବ 'ସ୍ୱର୍ଣ୍ଣ ଧନୁ': ପୁରୀରେ ଭବ୍ୟ ସ୍ୱାଗତ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼