ବଡମ୍ବା ,୧୮।୬ : ପାରିବାରିକ କଳହର କରୁଣ ପରିଣତି। ଗୋଟିଏ ପରିବାରରୁ ବିଷ ପିଇଲେ ୩ ଜଣ। ବିଷ ପିଇ ଶାଶୂ-ବୋହୂର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛି। ବଡମ୍ବା ବଡବାରସିଂ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା।  ମୃତକ ମାନେ ହେଲେ ଶାଶୁ ନିବାସୀ ସେନାପତି (୫୫) ଏବଂ ବୋହୁ ସଂଙ୍ଗିତା ସେନାପତି (୨୯)।

କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ବଡ଼ବାରସିଂ ଗ୍ରାମରେ ପାରିବାରିକ କଳହକୁ ନେଇ  ଶାଶୂ ନିବାସୀ ସେନାପତି , ବୋହୁ ସଂଙ୍ଗିତା ସେନାପତି ଓ  ପୁଅ ଭାଗିରଥି ସେନାପତି  ବିଷ ପିଇ ଦେଇଥିଲେ। ପରିବାର ଲୋକ ଏହା ଦେଖି  ସେମାନଙ୍କୁ ଗୁରୁତର ଅବସ୍ଥାରେ ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।  ସେଠାରେ ଶାଶୁ ବୋହୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ  । ପୁଅ ଭାଗିରଥି ଅବସ୍ଥା ଗୁରୁତର ହେବାରୁ ଆଠଗଡ଼ ମେଡ଼ିକାଲ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ବଡମ୍ବା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। । ଏନେଇ ବଡ଼ମ୍ବା ଥାନାରେ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ  କରି  ପୋଲିସ ତଦନ୍ତ କରୁଛି ବୋଲି ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି କହିଛନ୍ତି। ତେବେ ବୋହୁ ସଙ୍ଗୀତା ସେନାପତିଙ୍କର ଭାଇ ଶ୍ରୀଧର ସାହୁ ଓ ଶାଶୁ ନିବାସୀ ସେନାପତିଙ୍କର ଭାଇ ଟୁକୁଲା ସେନାପତି ବିଷକ୍ରିୟା ଯୋଗୁ ମୃତ୍ୟୁ ଘଟିଛି ବୋଲି ଥାନାରେ ଏତଲା ଦେଇଛନ୍ତି।