ମୁମ୍ବାଇ, ୧୬ /୦୮: ପ୍ରବଳ ବର୍ଷାରେ ଉବୁଟୁବୁ ମାୟାନଗରୀ । ଆଉ ଏହାରି ମଧ୍ୟରେ ମୁମ୍ବାଇର ବିକ୍ରୋଲିରେ ଥିବା ଜନକଲ୍ୟାଣ ସୋସାଇଟିରେ ହୋଇଛି ଭୂସ୍ଖଳନ। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡା଼କ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଠାରେ ପାହାଡ଼ର ଏକ ଅଂଶ ଭୁଶୁଡ଼ି ପଡ଼ିବା ଯୋଗୁଁ ମାଟି ଏବଂ ପଥର ଏକ ଘର ଉପରେ ପଡ଼ିଛି। ତେବେ ମୃତକମାନେ ହେଲେ ଶାଲୁ ମିଶ୍ରା ଏବଂ ସୁରେଶ ମିଶ୍ରା ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ଗତ ବିଳମ୍ବିତ ରାତି ପ୍ରାୟ ରାତି ୨.୩୯ ରେ ବିକ୍ରୋଲିରେ ଥିବା ଏହି ଜନକଲ୍ୟାଣ ସୋସାଇଟିରେ ପାହାଡ଼ର ଏକ ଅଂଶ ଭୁଶୁଡ଼ି ପଡ଼ିବା ଯୋଗୁଁ ମାଟି ଏବଂ ପଥର ଏକ ଘର ଉପରେ ପଡ଼ିଥିଲା । ଆଉ ସେହି ସମୟରେ ଘରେ ସମସ୍ତେ ଶୋଇଥିଲେ। ଏହି ଘଟଣା ଘଟିବା ପରେ MFB,ପୁଲିସ ଏବଂ ୱାର୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ଯେଉଁଥିରୁ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଦୁଇଜଣଙ୍କର ଚିକିତ୍ସା ଚାଲିଛି। ଉଭୟଙ୍କୁ ଟ୍ରମା ୱାର୍ଡରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ତେବେ ମୁମ୍ବାଇରେ ପ୍ରବଳ ବର୍ଷା ହେଉଛି। ପ୍ରବଳ ବର୍ଷା ଯୋଗୁଁ ସହରର ଅନେକ ସ୍ଥାନରେ ପାଣି ଜମି ରହିଛି। ପାଣିପାଗ ବିଭାଗ ଏଠାରେ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରିଛି।