ନୟାଗଡ, ୯।୫ : ନୟାଗଡ ଜିଲ୍ଲା ରାଜସୁନାଖଳା-ରଣପୁର ରାସ୍ତାର ଓଭରବ୍ରିଜ ଉପରେ ଦୁଇ ପଲସର୍ ବାଇକ୍  ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି  । ଏଥିରେ  ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ମୃତକମାନେ ହେଲେ ନରେନ୍ଦ୍ରପୁର ଗାଁର   ସନ୍ତୋଷ ପାଇକରାୟ  ଏବଂ ନିରାକାରପୁର ଥାନା ଖଜୁରିଆପଡା ଗ୍ରାମର ଫରିଦ୍ ସାହା। 

ରାଜସୁନାଖଳା ରଣପୁର ରାସ୍ତାର ଓଭରବ୍ରିଜ ଉପରେ ଦୁଇଟି ପଲସର୍ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରରେ ହୋଇଥିଲା ଯେ ଦୁଇଟି ବାଇକ୍ ଭାଙ୍ଗି ଚୁରମାର ହୋଇଯାଇଥିଲା । ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀ ରଣପୁର ଥାନା ନରେନ୍ଦ୍ରପୁର ଗାଁର   ସନ୍ତୋଷ ପାଇକରାୟ  ଏବଂ ନିରାକାରପୁର ଥାନା ଖଜୁରିଆପଡା ଗ୍ରାମର ଫରିଦ୍ ସାହାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିଲେ।  ଗୁରୁତରଙ୍କୁ ପ୍ରଥମେ ରାଜସୁନାଖଳା ଏବଂ ପରେ ଭୁବନେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ରାଜସୁନାଖଳା ଫାଣ୍ଡି ପୋଲିସ  ଘଟଣାସ୍ଥଳରେ ପହଞ୍ଚି  ମୃତାହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇବା ସହ ଘଟଣାର  ତଦନ୍ତ କରୁଛି।