ଖନ୍ତାପଡ଼ା, ୧୬୧୦(ଆ.ପ୍ର):  ୧୬ ନଂ ଜାତୀୟ ରାଜପଥ ଖନ୍ତାପଡ଼ା ଥାନା ସମ୍ମୁଖରେ ଏକ ମର୍ମନ୍ତୁଦୁର୍ଘଟଣା ଘଟିଛି।  ଜାତୀୟ ରାଜପଥରେ ରହିଥିବା ଏକ ହାଇଓ୍ବାକୁ ଧକ୍କା ଦେଲା କାର। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର  ହୋଇଛନ୍ତି।

ଏକ କାରରେ  ବଙ୍ଗୀୟ ପରିବାର ପୁରୀରୁ ପଶ୍ଚିମବଙ୍ଗକୁ ଯାଉଥିଲେ। ପୂର୍ବରୁ ଖଣି ବିଭାଗ ଦ୍ୱାରା ଜବତ ହୋଇଥିବା  ବାଲି ବୋଝେଇ ହାଇୱାକୁ ଖନ୍ତାପଡ଼ା ଥାନା ସମ୍ମୁଖରେ ଖନ୍ତାପଡ଼ା ପୋଲିସ ବେଆଇନ ଭାବେ ପାର୍କିଙ୍ଗ  କରିଥିଲା।  ହାଇୱାକୁ ଧକ୍କା ଦେଇଥିଲା କାର । ଫଳରେ ଘଟଣା ସ୍ଥଳରେ ଗୋଟିଏ ପରିବାର ୪ ଜଣ ଯାତ୍ରୀଙ୍କ ଅବସ୍ଥା ଶୋଚନୀୟ ହୋଇଥିଲା। ଗୁରୁତରଙ୍କୁ ଉଦ୍ଧାର କରି ରେମୁଣା ମେଡିକାଲ କଲେଜକୁ  ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି ମୃତ ବଙ୍ଗୀୟ ଯାତ୍ରୀଙ୍କ କୌଣସି ପରିଚୟ ମିଳି ପାରି ନାହିଁ। ଏ ନେଇ ଖନ୍ତାପଡ଼ା ଥାନା ଅଧିକାରୀଙ୍କ ସହିତ ଯୋଗାଯୋଗ ହୋଇଥିଲେ ମଧ୍ୟ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।