ଆଗଲପୁର,୬।୧୧ : ଆଗଲପୁର ଥାନା ଅନ୍ତର୍ଗତ ଭରସୁଯା ଗ୍ରାମ ନିକଟରେ ଅଜଣା ଗାଡ଼ି ଧକ୍କାରେ ୨ ଜଣକଙ୍କ ମୃତ୍ୟୁ ହୋଇଛି । ଲୋଇସିଂହା ଥାନା ଅନ୍ତର୍ଗତ କରକଚିଆ ଛକରେ ଉତ୍ତ୍ୟକ୍ତ ଲୋକ ମୃତଦେହ ରଖି ରାସ୍ତାରୋକ କରିଛନ୍ତି।
ଆଗଲପୁର ଥାନା ଅନ୍ତର୍ଗତ ଭରସୁଯା ଗ୍ରାମ ନିକଟରେବୁଧବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକ ଦ୍ବୟ ହେଲେ ଆଗଲପୁର ଥାନା ଅନ୍ତର୍ଗତ ସାହାଜଛାପର ଗ୍ରାମର ସୁରେଶ ପଧାନ ଓ ଚେରୁ ବେହେରା । ତେବେ ଗୁରୁବାର ଉଭୟଙ୍କ ଶବ ବ୍ୟବଚ୍ଛେଦ ହୋଇ ଘରକୁ ଅଣାଯାଉଥିଲା।କରଜଚିଆ ଛକରେ ପରିବାର, ଗ୍ରାମବାସୀ ରାସ୍ତାରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି । ରାସ୍ତାରୋକ ସ୍ଥଳରେ ଉଭୟ ଥାନା ଅଧିକାରୀ ପହଞ୍ଚି ବୁଝା ସୁଝା କରିଥିଲେ। କିନ୍ତୁ ଗ୍ରାମବାସୀ ଶୁଣି ନଥିଲେ।