ମୋହନା,୦୫/୦୭: ଲଗାଣ ବର୍ଷାରେ ଗଜପତି ଜିଲ୍ଲା ମୋହନା ବ୍ଲକ ଗର୍ଡ଼ମା ପାପାଇଜୁ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ମୋହନାରୁ ଗର୍ଡ଼ମା ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଯାତାୟାତ ଠପ୍ ହୋଇଯାଇଛି । ଗତ ଦୁଇ ଦିନ ଧରି ମୋହନା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଗଦାପୁର ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ମୋହନାରୁ ଗର୍ଡ଼ମା ପଞ୍ଚାୟତକୁ ସଂଯୋଗ କରୁଥିବା ପାପାଇଜୁ ପୋଲୋ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି ।
ପ୍ରତିବର୍ଷ ବର୍ଷା ଦିନେ ଏହି ପୋଲ ଉପରେ ପାଣି ପ୍ରବାହିତ ହେଉଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଣି କମିବା ପର୍ଯ୍ୟନ୍ତ ପୁରା ପଞ୍ଚାୟତବାସୀ ଜଳ ବନ୍ଦୀ ଅବସ୍ଥାରେ ରହୁଥିବା କହିଛନ୍ତି । ସେହିପରି ରାଜଖମା ଗାଁ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ରାଜଖମା ଗାଁ ସମେତ ୪ଟି ଗାଁର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି ।