ନବରଙ୍ଗପୁର,୯।୩ : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖୁଟବାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନ ଦାମାପାଳା ଗ୍ରାମରେ ପୋଖରୀରେ ବୁଡ଼ି ଦୁଇ ନାବଳିକାଙ୍କ ମୃତ୍ୟୁ ହୋଇଛି। ପୋଖରୀ ରେ ବୁଡ଼ିଥିବା ଦୁଇ ଜଣ ସମ୍ପର୍କୀୟ ଭଉଣୀ ବୋଲି ଜଣାପଡି । ୨ ନାବାଳିକା ହେଲେ ମାନସୀ ଓ ମେଳକା ।

ଦାମାପାଳା ଗ୍ରାମର ଦେବରାଜଙ୍କ ଝିଅ ମାନସୀ (୮) ଓ ନବରଙ୍ଗପୁର ବ୍ଲକ ମନ୍ତ୍ରୀଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପକନାଗୁଡା ଗ୍ରାମର ମନୁଙ୍କ ଝିଅ ମେଲକା (୮) ନିଜ ସମ୍ଫକୀୟ ମାମୁ ଘରେ ରହି ପାଠ ପଢୁଥିଲେ । ଦୁହେଁ ଗ୍ରାମର ବିଦ୍ୟାଳୟ କୁ ପାଠ ପଢିବାକୁ ଯାଇ ଘରକୁ ଫେରିଥିଲେ । ଏହା ପରେ ଦୁଇ ସମ୍ପର୍କୀୟ ଭଉଣୀ ଓ ଜଣେ ସାଙ୍ଗ ସହ ତିନି ଜଣ ମିଶି ବାହା କୁ ଯାଇଥିଲେ । ତିନି ଜଣ ଗାଁ ପୋଖରୀରେ ଗାଧେଇବା ପାଇଁ ଯାଇଥିଲେ । ତେବେ ପୋଖରୀ ରେ ଗଭୀର ପାଣି ରହିଥିବା ବେଳେ ଅସାବଧାନତା ଯୋଗୁଁ ମାନସୀ ଓ ମେଲକା ଦୁଇ ଜଣ ପୋଖରୀ ପାଣିରେ ବୁଡ଼ି ଯାଇଥିଲେ । ଏହା ପରେ ଅନ୍ୟ ଜଣେ ସାଙ୍ଗ ତୁରନ୍ତ ଘରେ ପହଞ୍ଚି ପରିବାର ସଦସ୍ୟକୁ ଖବର ଦେଇଥିଲା । ପରିବାର ଏହା ଜାଣିବା ପରେ ତୁରନ୍ତ ଅଗ୍ନିଶ୍ରମ ବିଭାଗ ଓ କୋଡ଼ିଙ୍ଗା ପୋଲିସ କୁ ଖବର ଦେବା ସହ ଘଟଣାସ୍ଥଳ ପହଞ୍ଚି ଖୋଜାଖୋଜି କରିଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚି ପାଣି ରେ ଖୋଜାଖୋଜି କରି ଦୁଇ ଶିଶୁ କୁ ଉଦ୍ଧାର କରିଥିଲେ । ଇତି ମଧ୍ୟରେ ଦୁହେଁ ଙ୍କ ପ୍ରାଣବାୟୁ ଚାଲି ଯାଇଥିଲା । ପରିବାର ସଦସ୍ୟ କୋଡ଼ିଙ୍ଗା ଥାନା ରେ ଲିଖିତ ଅଭିଯୋଗ ପରେ କୋଡ଼ିଙ୍ଗା ଥାନା ରେ ଦୁଇଟି ମାମଲା ରୁଜୁ କରି ଶବ ଜବତ କରିବା ପରେ ଶବ ବ୍ୟବଛେଦ ପାଇ ନବରଙ୍ଗପୁର ମେଡିକାଲ କୁ ପଠାଇ ଘଟଣା ର ତଦନ୍ତ ତଦନ୍ତ ଜାରି ରଖିଛନ୍ତି ।

ଆହରୁି ପଢନ୍ତୁ : କଲେଜ ଛାତ୍ରୀଙ୍କ ବେକ କାଟିବା ଘଟଣା : ଅଭିଯୁକ୍ତ ଗିରଫ