ଢେଙ୍କାନାଳ,୨୫।୨ : ଦୋକାନ ଓ ଲୋକଙ୍କ ଉପରେ ମାଡିଗଲା ପୁଲିସ ଭ୍ୟାନ। ଏଥିରେ ୨ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। କପିଳାସ ମନ୍ଦିର ଠାରୁ ବାରବାଙ୍କ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।

କପିଳାସ ମନ୍ଦିର ଠାରୁ ବାରବାଙ୍କ ରାସ୍ତାରେ ତଳକୁ ଆସୁଥିଲା ପୁଲିସ ଭ୍ୟାନ। ଭାରସାମ୍ୟ ହରାଇ ଭ୍ୟାନଟି ମନ୍ଦିର ପାଦଦେଶ ବୁଲାଣି ଠାରେ ଦୋକାନ ଓ ଲୋକଙ୍କ ଉପରେ ମାଡିଯାଇଥିଲା।  ଏଥିରେ  ଦୋକାନ ଓ  ବାଇକ ଭାଙ୍ଗିରୁଜି ଯାଇଛି। ଏଥିରେ ୨ ଜଣ ଯାତ୍ରୀ ଗୁରୁତର ହୋଇଥିଲେ। ତାଙ୍କୁ ତରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।