ରାଉରକେଲା, ୧୪।୧୨ : ରାଉରକେଲା ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର ହୋଇଛି। ଗୁରୁତର ୨ ଯବାନ ହେଲେ ଅଲେଖ ଦାସ ଓ ନାରାୟଣ ଦାସ। ଗୁରୁତରଙ୍କୁ ଉଦ୍ଧାର କରାଯାଇ ରାଞ୍ଚି ସ୍ଥାନାନ୍ତର କରାଯାଇଛି। ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଆଇଇଡି ଖଞ୍ଜିଥିଲେ। ବିସ୍ଫୋରଣ ପରେ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି।