ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ବେଳେ ଲୁଟ୍; ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

Published By : Rasmita Pradhan | July 24, 2025 3:22 PM

ଆଳି, ୨୪/୦୭ : ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ବେଳେ ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଏନେଇ ବ୍ୟବସାୟୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। 

ସୂଚନାନୁଯାୟୀ, ଆଳି ଥାନା ଅନ୍ତର୍ଗତ ଖନ୍ଦୋଳ ଗ୍ରାମର ବ୍ୟବସାୟୀ ପିତାମ୍ବର ଦାସ ଗୁରୁବାର ଦିନ ପ୍ରାୟ ୧୦ଟା ୪୫ରେ ଷ୍ଟେଟ୍ ବ୍ୟାଙ୍କ ଆଳି ଶାଖାରୁ ଦୁଇ ଲକ୍ଷ ଟଙ୍କା ଉଠାଇ ସାଇକେଲ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ନିଆଳ ଗ୍ରାମ ରାସ୍ତାରେ ଦୁଇ ଜଣ ଯୁବକ ବାଇକ୍‌ରେ ଆସି ତାଙ୍କ ଠାରୁ ଟଙ୍କା ଝାମ୍ପି ନେଇ ଫେରାର୍ ହୋଇଯାଇ ଥିଲେ। ଏନେଇ ପିତାମ୍ଵର ଆଳି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତନାଘନା ଆରମ୍ଭ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.