ଭୁବନେଶ୍ବର,୨୪।୨ : ହଂସପାଳ ଛକ ନିକଟ ଚାରି ମହଲା କୋଠାରୁ ଚୋରୀ ବେଳେ ଧରାପଡିଲେ ଲୁଟେରା।  ଚୋରି ସାମଗ୍ରୀ ସହ ୨ ଲୁଟେରା ଧରାପଡିଛନ୍ତି। 

 ହାଇଡ ୟୁନିସେକ୍ସ ସେଲୁନ ନାମରେ ଏକ ନିର୍ମାଣାଧୀନ ପାର୍ଲର କୋଠାର ଦ୍ବିତୀୟ ମହଲାରେ ୨ ଅଭିଯୁକ୍ତ ପଶି ଭିତରୁ ଆଲୁମିନିୟମ ଖଣ୍ଡ ଏବଂ ସାନିଟାରୀ ସାମଗ୍ରୀ ଗୁଡିକୁ ଚୋରୀ କରି ବାହାରକୁ ବାହାରୁଥିଲେ। ଏହି  ସମୟରେ ଖବର  ପାହଲ ପୋଲିସ୍ ପହଞ୍ଚିଯାଇଥିଲେ ।  ଉଭୟଙ୍କୁ କାବୁ କରିବା ସହ ଚୋରି ସାମଗ୍ରୀ ଜବତ କରିଥିଲେ । ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।