ପ୍ରମୂଖ ଖବର
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ରିଲ୍ସ କରିବା ହେଲା କାଳ: ଗୁଲମୀ ଜଳପ୍ରପାତରେ ବୁଡ଼ିଗଲେ ୨ ନାବାଳକ, ଜଣଙ୍କ ମୃତଦେହ ଉଦ୍ଧାର, ଆଉ ଜଣେ ନିଖୋଜ

Published By : Rasmita Pradhan | June 16, 2025 1:47 PM

କୋଷାଗୁମୁଡା, ୧୬/୦୬ : ଜୀବନ ନେଲା ସୋସିଆଲ୍ ମିଡିଆରେ ରିଲ୍ସ ନିଶା। ରବିବାର କୋଟପାଡ଼ ଥାନା ଚାନ୍ଦିଲି ନିକଟ ଗୁଲମୀ ଜଳପ୍ରପାତରେ ନିକଟରେ ରିଲ୍ସ କରିବା ବେଳେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମାର ମିର୍ଗାନ ସାହିର ଦୁଇ ନାବାଳକ ଭାସି ଯାଇଥିବା ସୂଚନା ମିଳିଛି। ଦୁଇ ନାବାଳକ କିରନ ମୀର୍ଗାନ(୧୬ ବର୍ଷ) ଓ ଆଲୋକରାଜ ସୁନା(୧୬ ବର୍ଷ) ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, କୋଷାଗୁମୁଡା ଗ୍ରାମର ୫ଜଣ ସାଙ୍ଗ ଦୁଇଟି ବାଇକରେ କୋଟପାଡ଼ ଥାନା ଚାନ୍ଦିଲି ନିକଟ ଗୁଲମୀ ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ। ଜଳପ୍ରପାତ ନିକଟରେ ବୁଲିବା ସହ ରିଲ୍ସ କରୁଥିଲେ। ଏତିକି ବେଳେ ଅଲୋକ ଓ କିରଣ ଜଳ ସ୍ରୋତରେ ଭାସି ଯାଇଥିଲେ। ଗୁଲମୀ ନିକଟରେ ନେଟୱର୍କ ସୁବିଧା ନଥିବା ହେତୁ ବହୁତ କଷ୍ଟରେ ଅନ୍ୟ ତିନିଜଣ ସାଙ୍ଗ ପରିବାର ଲୋକ, ସ୍ଥାନୀୟ ପୋଲିସ, ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି। ଏବେ ସୁଦ୍ଧା ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ଦୁଇ ସାଙ୍ଗ ଚଳିତ ବର୍ଷ ୧୦ମ ଶ୍ରେଣୀରେ ପଢ଼ୁଥିବା ବେଳେ ଦୁହେଁ ଅତି ଘନିଷ୍ଠ ବନ୍ଧୁ ଥିଲେ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ନାବାଳକଙ୍କ ପରିବାର ଏବଂ ସମ୍ପର୍କୀୟ ଉପସ୍ଥିତ ଅଛନ୍ତି। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.