ଖଣ୍ଡପଡା,୧୨।୧୦ : କାର୍ଯ୍ୟରେ ଅବହେଳା ଫତେଗଡ଼ ଥାନାର ଦୁଇ କର୍ମଚାରୀ ନିଲମ୍ବିତ। ନୟାଗଡ ଏସପି ଏସ. ସୁଶ୍ରୀ ଚାକିରୀରୁ ନିଲମ୍ବିତ କରିଛନ୍ତି | ନିଲମ୍ବିତ ଦୁଇ କର୍ମଚାରୀ ହେଲେ ସବ ଇନିସପେକ୍ଟର ସୁଚିତ୍ରା ବେହେରା ଓ କନେଷ୍ଟବଳ ମୂଳି ଚରଣ ନାୟକ | ଗତ ୩ଦିନ ତଳେ ଜଣେ ଅଭିଯୁକ୍ତ ଥାନାରୁ ଫେରାର ହୋଇଯାଇଥିଲା। ଏହି ଘଟଣାକୁ ନେଇ ଏସପି କାର୍ଯ୍ୟାନୁଷ୍ଠାନ ନେଇ ଥିବା ଜଣାପଡିଛି ।