ପ୍ରମୂଖ ଖବର
  • Operation Sindoor; ଆହୁରି ଶକ୍ତିଶାଳୀ ହେବ ସେନା, ପ୍ରତିରକ୍ଷା ବଜେଟ୍‌ରେ ହୋଇପାରେ ଅତିରିକ୍ତ ବ୍ୟୟବରାଦ
  • ||
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ବାର୍‌ହା ଆକ୍ରମଣରେ ୨ ଗୁରୁତର

Published By : Harapriya Sethi | May 16, 2025 11:12 AM

ରାଜକିଶୋରନଗର,୧୬/୦୫: ଆଠମଲ୍ଲିକ ବନଖଣ୍ଡର ମାଧପୁର ବନାଞ୍ଚଳ ଅନ୍ତର୍ଗତ ସଂଜାମୁରା ଗ୍ରାମ ରୁଗୁଡ଼ି ସାହିରେ ଶୁକ୍ରବାର ସକାଳେ ବାର୍‌ହା ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ଦୁଇ ଜଣ ହେଲେ ଜଗବନ୍ଧୁ ସାହୁ (୪୨), ସୀତା ପ୍ରଧାନ (୩୫) l 

ସୂଚନା ମୁତାବକ, ସଂଜାମୁରା ଗ୍ରାମ ରୁଗୁଡ଼ି ସାହିରେ ଶୁକ୍ରବାର ସକାଳେ ବାର୍‌ହା ଆକ୍ରମଣରେ ଜଗବନ୍ଧୁ ସାହୁ ଏବଂ ସୀତା ପ୍ରଧାନ ଗୁରୁତର ହୋଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନାରେ ଗୁରୁତର ଦ୍ୱୟଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ସୀତା ପ୍ରଧାନଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.