ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଗଞ୍ଜେଇ ଚାଲାଣ କରୁଥିବା ବେଳେ ୨ ଛାତ୍ର ଗିରଫ, ୪୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ

Published By : Harapriya Sethi | December 6, 2024 2:27 PM

କୋରାପୁଟ, ୦୬/୧୨: ଉତ୍ତରପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ପୋଲିସ । କୋରାପୁଟ ରେଲୱେ ଷ୍ଟେସନରୁ ୨ ଜଣ ଛାତ୍ର ଗିରଫ । ଗିରଫ ହୋଇଥିବା ଛାତ୍ରଙ୍କ ମଧ୍ୟରୁ ଜଣେ ଉତ୍ତରପ୍ରଦେଶର ମନିଷ ଘୋରେଇ ଡାକ୍ତରଖାନାରେ କାର୍ଯ୍ୟରତ ଥିବା ବେଳେ ଅନ୍ୟଜଣେ ଉତ୍ତରାଖଣ୍ଡର ମୁନସିବ ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ଗଞ୍ଜେଇ ଭର୍ତ୍ତି ଦୁଇ ବ୍ୟାଗରେ ମୋଟ ୭ଟି ପ୍ୟାକେଟରେ ୪୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରାଯାଇଛି । 

ସୂଚନା ମୁତାବକ, ୨ ଜଣ ଛାତ୍ର ଦୁଇଟି ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌ ଧରି କୋରାପୁଟ ରେଲୱେ ଷ୍ଟେସନ ଠାରେ ରାୟଗଡା ପାସେଞ୍ଜର ଟ୍ରେନରେ ଚଢୁଥିଲେ । ଏହି ସମୟରେ ସନ୍ଦେହ କରି ଯାଞ୍ଚ କରିଥିଲା ଜିଆରପି । ଯାଞ୍ଚ କରି ସେମାନଙ୍କ ପାଖରୁ ଦୁଇଟି ବ୍ୟାଗ୍‌ରେ ୭ଟି ପ୍ୟାକେଟ ବାହାରିଥିଲା । ଉକ୍ତ ପ୍ୟାକେଟରୁ ୪୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଥିଲା ପୋଲିସ । ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ଛାତ୍ରଙ୍କୁ ଜିଆରପି ଗିରଫ କରିଛି । ଗିରଫ ହୋଇଥିବା ଛାତ୍ରଙ୍କ ମଧ୍ୟରୁ ଜଣେ ଉତ୍ତରପ୍ରଦେଶର ମନିଷ ଘୋରେଇ ଡାକ୍ତରଖାନାରେ କାର୍ଯ୍ୟରତ ଥିବା ବେଳେ ଅନ୍ୟଜଣେ ଉତ୍ତରାଖଣ୍ଡର ମୁନସିବ ବୋଲି ସୂଚନା ମିଳିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.