ଭୁବନେଶ୍ୱର, ୦୪/୦୩ : ଓଏସ୍‌ଏସ୍‌ସି ପରୀକ୍ଷାରେ ବଡ଼ ଅଘଟଣ। ଫରେଷ୍ଟର ଏବଂ ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର ପଦବୀ ନିଯୁକ୍ତି ପାଇଁ ବିଭିନ୍ନ ସ୍ଥାନରେ ଚାଲିଥିଲା ଫିଜିକାଲ୍ ଟେଷ୍ଟ। ଦୌଡ଼ିବା ବେଳେ ଟଳି ପଡ଼ିଲେ ୨ ଛାତ୍ର। ଫିଜିକାଲ୍ ଟେଷ୍ଟ ଦେବା ବେଳେ କେନ୍ଦୁଝରର ବ୍ୟୋମୋକେଶ ନାୟକ ଓ ସୁନ୍ଦରଗଡର ପ୍ରବୀଣ କୁମାର ପଣ୍ଡାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ସହିତ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏହା ସହିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯିବ।

ସୂଚନାନୁଯାୟୀ, ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରିକ୍ଷକ ପଦବୀ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଫିଜିକାଲ୍ ଟେଷ୍ଟ ଚାଲିଥିଲା। ରାଉରକେଲାର ବ୍ୟାଚ୍ ନମ୍ବର ଏ ୦୨ ପ୍ରବୀଣ କୁମାର ପଣ୍ଡା ୨୫ କିଲୋମିଟର ଦୌଡ଼ରେ ଭାଗ ନେଇଥିଲେ। ସେ ସଦର ଥାନା କିରେଇ ନିକଟରେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ପ୍ରବୀଣଙ୍କୁ ମୃତ ଘୋଷଣା କରିଥିଲେ। 

ସେହିପରି କେନ୍ଦୁଝରର ବ୍ୟୋମୋକେଶ ନାଏକ ଫିଜିକାଲ୍ ଟେଷ୍ଟ ଦେଇ ସାରିବା ପରେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ କେନ୍ଦୁଝର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବ୍ୟୋମୋକେଶଙ୍କ ମୃତ୍ୟୁ ଘଟିଥିଲା। 

ଏହି ଖବରଟିକୁ ପଢନ୍ତୁ-ଓଏସ୍‌ଏସ୍‌ସି ପରୀକ୍ଷାରେ ବଡ଼ ଅଘଟଣ, ଫିଜିକାଲ୍ ଟେଷ୍ଟ ବେଳେ ଟଳି ପଡ଼ିଲେ ଛାତ୍ର