ରାଜଗାଙ୍ଗପୁର ୭/୯ : ଏକ ବାଇକରେ ଦୁଇ ଜଣ ଯୁବକ ଯାଉଥିବା ବେଳେ ରାଣୀବନ୍ଦ ୱାଇନ ଶପ ନିକଟରେ  ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ ରାଜଗାଙ୍ଗପୁର ଥାନା  କାଂଶବାହାଲ ଫାଣ୍ଡି ଅନ୍ତର୍ଗତ ଡୁମେରଜୋର ଅଞ୍ଚଳର  ଯଶବିର ବେକ (୨୭) ଏବଂ ଅନ୍ୟଜଣେ ସୋନାଖାନ ଖିଲାରୀ ପଡା  ଅଞ୍ଚଳର ରୋହିତ ମାଝୀ (୨୦)

ଏକ ବାଇକରେ ଯଶବିର ଓ ରୋହିତ ଜାମପାଲି ବାଇପାସ ପଟୁ ରାଣୀବନ୍ଦ ଆଡ଼କୁ  ଦ୍ରୁତ ଗତି ରେ ଯାଉଥିବା ସମୟରେ  ରାଣୀବନ୍ଦ ୱାଇନ ଶପ ନିକଟରେ  ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ଦୁର୍ଘଟଣା ରେ ବାଇକ ଆରୋହୀ ଦୁଇ ଯୁବକ ଛିଟିକି ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରେଲର ସହ ପିଟି ହୋଇ ଯିବାରୁ ବାଇକ ଚାଳକ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଖବର ପାଇ ରାଜଗାଙ୍ଗପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗୁରୁତର ଙ୍କୁ ଉଦ୍ଧାର କରି  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ ।ସେଠାରେ ଡାକ୍ତର ଜଣଙ୍କୁ  ମୃତ୍ୟୁ ଘୋଷଣା କରିଥିବା ବେଳେ କିଛି ସମୟ ପରେ  ଅନ୍ୟ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା  ।