ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମୟୁରଭଞ୍ଜ କୁଆପଥର ବର୍ଷା କ୍ଷୟକ୍ଷତି , ପ୍ରଥମ ପର୍ଯ୍ୟାୟରେ ଦିଆଯାଇଛି ୨୦ କୋଟି ୩୮ ଲକ୍ଷ ଟଙ୍କା : ରାଜସ୍ବ ମନ୍ତ୍ରୀ

Published By : Suraj Kumar | March 24, 2025 11:55 PM

ଭୁବନେଶ୍ୱର,୨୪ ।୩(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ୨୦ ତାରିଖରେ ପ୍ରବଳ କୁଆପଥର ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଛି । କ୍ଷେତ୍ର ପରିଦର୍ଶନ କରି ବିଧାନସଭାରେ ବିବୃତି ରଖି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, କାଳବୈଶାଖୀରୁ ମୟୂରଭଞ୍ଜର ଦୁଇଟି ବ୍ଲକ ବାଙ୍ଗିରିପୋଷି ଏବଂ ବିଶୋଇ ବହୁଳ ଭାବେ ପ୍ରଭାବିତ ହାଇଛି । ପ୍ରାଥମିକ ଆକଳନ ରିପୋର୍ଟ ଆସି ସାରିଛି  । ଏହି ରିପୋର୍ଟ ଆଧାରରେ ୨୦ କୋଟି ୩୮ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ପ୍ରଶାସନ କ୍ଷୟକ୍ଷତି ରିପୋର୍ଟ ଦେବା ପରେ ସବୁପ୍ରକାର ସହାୟତା ପ୍ରଦାନ କରାଯିବ  ବୋଲି ବିଧାନସଭାରେ ମନ୍ତ୍ରୀ ଶ୍ରୀ ପୂଜାରୀ  କହିଛନ୍ତି ।

  ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ପ୍ରାରମ୍ଭିକ ଆକଳନ ଅନୁଯାୟୀ ୧୩ ଟି ବ୍ଲକ୍‌ ବାଙ୍ଗିରିପୋଷି, ବିଶୋଇ, କୁଲିଅଣା, ସାରସକଣା, କରଞିଆ, ବହଳଦା, ବିଜତଳା, ଯଶିପୁର, ତିରିଙ୍ଗ, ରରୁଆଁ, ଠାକୁରମୁଣ୍ଡା, ରାଇରଙ୍ଗପୁର ଓ କୁସୁମିର ୫୧ ଟି ଗ୍ରାମର ୮୫୪୭ ଜଣ ବ୍ୟକ୍ତି ପ୍ରଭାବିତ ହୋଇଥିଲେ । ତୁରନ୍ତ ପ୍ରଭାବିତ ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ୨୪ଟି ରିଲିଫ୍‌ କ୍ୟାମ୍ପ ଖୋଲାଯାଇ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ପ୍ରଭାବିତଙ୍କୁ ପଲିଥିନ ଯୋଗାଇ ଦିଆଯିବା ସହ ରହିବା ପାଇଁ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି । ବିପନ୍ନଙ୍କ ସ୍ୱାସ୍ଥ୍ୟସେବା ନିମନ୍ତେ ୧୫ ଟି ଡାକ୍ତରୀ ଦଳ ମୁତୟନ କରାଯାଇଛି ।

  ଜିଲ୍ଲା ପ୍ରଶାସନର ପ୍ରାରମ୍ଭିକ ଆକଳନ ଅନୁଯାୟୀ ୩୫୧୪ଟି ଗୃହ କ୍ଷତିଗ୍ରସ୍ତ ହୋଇଛି । ଏଥିରୁ ୧୩୫୦ଟି କଚ୍ଚାଘର ସଂପୂର୍ଣ୍ଣ ରୂପେ ଓ ୨୧୬୦ଟି ଗୃହ ଆଂଶିକ ରୂପେ ଏବଂ ୪ଟି ଗୁହାଳଘର କ୍ଷତିଗ୍ରସ୍ତ ହୋଇଛି । ୪୪୨ ହେକ୍ଟର କୃଷି ଓ ଉଦ୍ୟାନ କୃଷି କ୍ଷେତ କ୍ଷତିଗ୍ରସ୍ତ ହୋଇଅଛି । ଗୃହ ମରାମତି ସହାୟତା, ରିଲିଫ୍‌ କ୍ୟାମ୍ପ ପରିଚାଳନା ଓ ଅନ୍ୟାନ୍ୟ ସହାୟତା ରାଶି ପାଇଁ ଜିଲ୍ଲା ପ୍ରଶାସନକୁ ୨୦ କୋଟି ୩୮ ଲକ୍ଷ ଯୋଗାଇ ଦେଇଛନ୍ତି ସରକାର ।

  ଗୃହ ଓ ନଗର ଉନ୍ନୟନ ଏବଂ  ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କି ସହ ରାଜସ୍ୱ ମନ୍ତ୍ରୀ ସ୍ଥିତି ସମୀକ୍ଷା କରିଛନ୍ତି । ତୁରନ୍ତ ସହାୟତା ରାଶି ହିତାଧିକାରୀମାନଙ୍କୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିପନ୍ନଙ୍କ ଗୃହ ମରାମତି ହେବା ପର୍ଯ୍ୟନ୍ତ ଅସ୍ଥାୟୀ ରିଲିଫ୍‌ କ୍ୟାମ୍ପ ଓ ରନ୍ଧା ଖାଦ୍ୟ ଚାଲୁ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.