ଜୟପୁର : ଜୟପୁରର ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣା । ଯାହାକି ସାରା ଦେଶକୁ ଦୋହଲାଇ ଦେଇଛି। ଏଥିରେ ଶିକାର ହୋଇଥିବା ଲୋକଙ୍କ ଚିତ୍କାର ଏବେ ବି କାନରେ ଗୁଞ୍ଜରିତ ହେଉଛି। ଏହି ଦୁର୍ଘଟଣାରେ ୧୪ ଜୀବନ ଚାଲି ଯାଇ ଥିବା ବେଳେ ଆହୁରି ଅନେକ ଏୂବେ ବି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଉକ୍ତ ଦୁର୍ଘଟଣା ସଂପର୍କିତ ଅନେକ କଥା ନିତି ସାମ୍ନାକୁ ଆସୁଛି। ଏହି ମଧ୍ୟରେ କୁହାଯାଉଛି କି, ଗ୍ୟାସ୍ ଟ୍ୟାଙ୍କର ଅନ୍ୟ ଗାଡ଼ି ଗୁଡ଼ିକ ସହ ଧକ୍କା ହେବା ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହି ନିଆଁ ଜଳି ଯାଇଥିବା ୩୦ ପୀଡ଼ିତ , ଜୟପୁର-ଆଜମେର ରାଷ୍ଟ୍ରୀୟ ଜାତୀୟ ରାଜପଥ ନିକଟ ଏକ କ୍ଷେତରେ ନିର୍ମିତ ଘରେ ଶରଣ ନେଇଥିଲେ। ଉଲ୍ଲେଖନୀୟ ଯେ, ଯେଉଁଠି ଦୁର୍ଘଟଣା ଘଟିଥିଲା ,ସେହି ପାଖରେ ଏକ କ୍ଷେତରେ ତିଆରି ଅସ୍ଥାୟୀ ଘରେ ଏକ ପରିବାର ରହୁଥିଲା। ଯେମିତି ପରିବାର ଲୋକେ, ଲୋକଙ୍କ ଚିତ୍କାର ଶୁଣିଲେ ଡୋର ଖୋଲି ଦେଖିବା ବେଳେ ତାଙ୍କର ହୋସ୍ ଉଡି ଗଲା।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବିକ , ପରିବାରର ମୁଖିଆ ଭୱଁର ଲାଲ କହିଛନ୍ତି , ଯନ୍ତ୍ରଣାରେ ଚିତ୍କାର କରୁଥିବା ଲୋକେ ପୋଷାକ ,ପାଣି , ଆଉ କିଛି ଜିନିଷ ମାଗୁ ଥିଲେ , ଯେଉଁଥିରେ ତାଙ୍କର ଯନ୍ତ୍ରଣା ଟିକେ ପ୍ରଶମିତ ହୋଇଯିବ। ସେ କହିଛନ୍ତି କି ଲୋକଙ୍କ ଶରୀର ଜଳି ଯାଇଥିଲା। ଏଥିରୁ କିଛି ଲୋକ ତ ବହୁ କଷ୍ଟରେ କହି ପାରୁ ଥିଲେ।
ଯେଉଁଠି ଦୁର୍ଘଟଣା ହେଲା , ସେଠାରୁ ହସ୍ପିଟାଲ ଦେଢ କିଲୋମିଟରର ଦୂରତା ଥିଲା , କିନ୍ତୁ ସେ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ମଧ୍ୟ ୮ ଫୁଟର ପାଚେରୀ ପାର କରିବାକୁ ପଡ଼ିଲା। ଜ୍ୱଳନ ଓ ଯନ୍ତ୍ରଣାରେ ଚିତ୍କାର କରୁଥିବା ଲୋକଙ୍କ ପାଇଁ ଏହି ପାଚେରୀକୁ ପାରି ହେବା ସହଜ ନଥିଲା , ଏଥିରେ ସାହାଯ୍ୟ କରିବାକୁ ଚାଷୀ ପରିବାରର ଜଣେ ୨୦ ବର୍ଷର ପିଲା ରାକେଶ ସୈବନୀ ଆଗେଇ ଆସିଲେ। ସେ ପାଚେରୀ ସାହାଯ୍ୟରେ ସିଡି ଲଗାଇଲେ ,ଏହାପରେ ସବୁ ଆହତ ୧-୧ କରି ପାଚେରୀ ଅତିକ୍ରମ କରି ହସ୍ପିଟାଲରେ ପହଞ୍ଚିଲେ।
ରିପୋର୍ଟ ମୁତାବିକ , ରାକେଶ ସେହି ଭୟଙ୍କର ଘଟଣାକୁ ମନେପକାଇ କହିଛନ୍ତି, ମୁଁ ଦେଖିଲି କି ଅତି କମ୍ରେ ୩୦ ଜଣ ଲୋକ ଆମର କ୍ଷେତ ଆଡ଼କୁ ଦୌଡ଼ି ଦୌଡ଼ି ଆସୁଛନ୍ତି। ସେମାନେ ଖୁବ୍ ଯନ୍ତ୍ରଣାରେ ଚିତ୍କାର କରୁଥିଲେ। ଅନେକ ଲୋକଙ୍କର ପୋଷାକ ବି ଜଳି ଯାଇ ଥିଲା।ମୁଁ ଗୋଟିଏ ବି କ୍ଷଣ ବିଳମ୍ୱ ନକରି ତୁରନ୍ତ ସିଡି ଲଗାଇଲି। ଯେଉଁ ଲୋକ ସିଡି ମଧ୍ୟ ଚଢି ପାରୁ ନଥିଲେ ସୈନୀ ନିଜେ ତାଙ୍କୁ ସିଡିରେ ଚଢାଇ ଦେଇ ସାହାଯ୍ୟ କରୁଥିଲେ।
ଭୟାବହ ସ୍ଥିତି ବିଷୟରେ କାଣ୍ଡୋଇ ହସ୍ପିଟାଲର ମାଲିକ ଡା. ରମନ କାଣ୍ଡୋଇ କହିଛନ୍ତି , ଭୟଙ୍କର ଭାବେ ଜଳି ଯାଇ ଥିବା ପାଖାପାଖି ୩୦ଜଣ ସାହାଯ୍ୟ ପାଇଁ ପହଞ୍ଚି ଥିଲେ। ତାଙ୍କର ଶରୀର ଜଳି ଯାଇ ଥିଲା । ସେମାନେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଜଣେ ସର୍ଜନ ଭାବେ ଏହା ମୋ ପାଇଁ ମଧ୍ୟ ଖୁବ୍ ଭୟଙ୍କର ଘଟଣା ଥିଲା। ଏହାପରେ ସେ ଓ ତାଙ୍କର ପତ୍ନୀ ଯିଏ ଜଣେ ଡାକ୍ତର , ପ୍ରାରମ୍ଭିକ ଚିକିତ୍ସା ଆରମ୍ଭ କଲେ । ଏହାପରେ ଆମ୍ୱୁଲାନ୍ସରେ ଏସଏମଏସ ହସ୍ପିଟାଲରେ ପହଞ୍ଚାଇଲେ।