କଟକ,୭।୧୧ : ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି କଟକ ଦ୍ଵିତୀୟ ଅତିରିକ୍ତ ପୋକ୍ସୋ କୋର୍ଟ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ଦର୍ଶାଇଛନ୍ତି।
୨୦୨୧ ଅକ୍ଟୋବର ମାସରେ କଟକ ଜିଲ୍ଲା ଚୌଦ୍ଵାର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅଭିଯୁକ୍ତ ଟୁକୁନା ସୟ ଦୁଷ୍କର୍ମ କରିଥିଲା । ଏହି ମାମଲାର ବିଚାର କରି କଟକ ଦ୍ଵିତୀୟ ଅତିରିକ୍ତ ପୋକ୍ସୋ କୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି।