ନୂଆଦିଲ୍ଲୀ,୨୧/୧୧: ୨୦୩୬ ଅଲିମ୍ପିକ୍ସ  କ୍ରୀଡ଼ା ଆୟୋଜନ ନେଇ ଭାରତ ଅନ୍ତର୍ଜାତୀୟ ଅଲିମ୍ପିକ  କମିଟି (ଆଇଓସି) ନିକଟରେ ଆଗ୍ରହ ପତ୍ର ଦାଖଲ  କରି ସାରିଛି । ମୁମ୍ବାଇ, ଅହମ୍ମଦାବାଦ ଓ ଦିଲ୍ଲୀ ମଧ୍ୟରୁ  କେଉଁଠି କ୍ରୀଡ଼ା ଆୟୋଜିତ ହେବ ତାହା ସ୍ପଷ୍ଟ ହୋଇ  ନାହିଁ । ମାତ୍ର ଜାତୀୟ ଗଣମାଧ୍ୟମର ରିପୋର୍ଟ  ଅନୁସାରେ, ମୁମ୍ବାଇ କିମ୍ବା ଅହମ୍ମଦାବାଦ ନୁହେଁ ବରଂ  ଦିଲ୍ଲୀ (ଜାତୀୟ ରାଜଧାନୀ ଅଞ୍ଚଳ(ଏନ୍‌ସିଆର) ଓ ଆଗ୍ରା  କ୍ରୀଡ଼ା ଆୟୋଜକ ସହର ହେବ ।’ ତାଜମହଲକୁ କ୍ରୀଡ଼ାର  ମୁଖ୍ୟ ଆକର୍ଷଣ କରାଯିବ । ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ  ଆକର୍ଷଣକୁ ଦୃଷ୍ଟିରେ ରଖି ସହର ଚୂଡ଼ାନ୍ତ ହେବ । ପୂର୍ବ  ସୂଚନା ଅନୁସାରେ, କେନ୍ଦ୍ର ସରକାର ଅହମ୍ମଦାବାଦରେ  ଅଲିମ୍ପିକ୍ସ ଆୟୋଜନ ନେଇ ଲକ୍ଷ୍ୟ ରଖିଛନ୍ତି । ଏଥିରେ  ମୁମ୍ବାଇ ନାମ ମଧ୍ୟ ଯୋଡ଼ି ହୋଇଛି । ତେବେ ସବୁ ଦିଗକୁ  ବିଚାରକୁ ନେଇ ଆୟୋଜକ ସହର ଚୂଡ଼ାନ୍ତ କରାଯିବ ।