ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

୨୦୩୬ ଅଲିମ୍ପିକ୍ସ: ଦିଲ୍ଲୀ ହେବ ଆୟୋଜକ ସହର

Published By : Prameya | November 21, 2024 1:35 PM

ନୂଆଦିଲ୍ଲୀ,୨୧/୧୧: ୨୦୩୬ ଅଲିମ୍ପିକ୍ସ  କ୍ରୀଡ଼ା ଆୟୋଜନ ନେଇ ଭାରତ ଅନ୍ତର୍ଜାତୀୟ ଅଲିମ୍ପିକ  କମିଟି (ଆଇଓସି) ନିକଟରେ ଆଗ୍ରହ ପତ୍ର ଦାଖଲ  କରି ସାରିଛି । ମୁମ୍ବାଇ, ଅହମ୍ମଦାବାଦ ଓ ଦିଲ୍ଲୀ ମଧ୍ୟରୁ  କେଉଁଠି କ୍ରୀଡ଼ା ଆୟୋଜିତ ହେବ ତାହା ସ୍ପଷ୍ଟ ହୋଇ  ନାହିଁ । ମାତ୍ର ଜାତୀୟ ଗଣମାଧ୍ୟମର ରିପୋର୍ଟ  ଅନୁସାରେ, ମୁମ୍ବାଇ କିମ୍ବା ଅହମ୍ମଦାବାଦ ନୁହେଁ ବରଂ  ଦିଲ୍ଲୀ (ଜାତୀୟ ରାଜଧାନୀ ଅଞ୍ଚଳ(ଏନ୍‌ସିଆର) ଓ ଆଗ୍ରା  କ୍ରୀଡ଼ା ଆୟୋଜକ ସହର ହେବ ।’ ତାଜମହଲକୁ କ୍ରୀଡ଼ାର  ମୁଖ୍ୟ ଆକର୍ଷଣ କରାଯିବ । ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ  ଆକର୍ଷଣକୁ ଦୃଷ୍ଟିରେ ରଖି ସହର ଚୂଡ଼ାନ୍ତ ହେବ । ପୂର୍ବ  ସୂଚନା ଅନୁସାରେ, କେନ୍ଦ୍ର ସରକାର ଅହମ୍ମଦାବାଦରେ  ଅଲିମ୍ପିକ୍ସ ଆୟୋଜନ ନେଇ ଲକ୍ଷ୍ୟ ରଖିଛନ୍ତି । ଏଥିରେ  ମୁମ୍ବାଇ ନାମ ମଧ୍ୟ ଯୋଡ଼ି ହୋଇଛି । ତେବେ ସବୁ ଦିଗକୁ  ବିଚାରକୁ ନେଇ ଆୟୋଜକ ସହର ଚୂଡ଼ାନ୍ତ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.